ଆଜିର ରାଶିଫଳ 2023 ଅଗଷ୍ଟ 30 ବୁଧବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ମାତା-ପିତାଙ୍କ ସହିତ ସମୟ ବିତାନ୍ତୁ । ବାକି ଦେଇଥିବା ଅର୍ଥ ଫେରିପାଇବେ । ବ୍ୟବସାୟରେ ଲାଭ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କୌଣସି କାରଣରୁ ମନ ଅଶାନ୍ତ ରହିବ ।

ବୃଷ ରାଶି -ଭାଗ୍ୟଭାବସ୍ଥ ଚନ୍ଦ୍ର ପ୍ରଭାବରେ ଘର ସକାଶେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ବନ୍ଧୁ କିମ୍ବା ପିଲାମାନେ ଏହି ଦିଗରେ ସାହାଯ୍ୟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ କିନ୍ତୁ ଏହା ହିଁ ପରକ୍ଷଣରେ ସମସ୍ୟାକୁ ବୃଦ୍ଧି କରିବ। ସମସ୍ୟା ସମାଧାନ କ୍ଷେତ୍ରରେ ସହକର୍ମୀ ସହଯୋଗର ହାତ ବଢ଼ାଇବେ।

ମିଥୁନ ରାଶି -ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରି ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ ରାଶି -ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟୀ ମାନେ ଲାଭବାନ ହେବେ ।

ସିଂହ ରାଶି -ଆପଣଙ୍କ କାର୍ଯ୍ୟଦକ୍ଷତା ଓ ଯୁକ୍ତିଯୁକ୍ତ ବାର୍ତ୍ତାଳାପରୁ ବିଜୟ ଲାଭ ଅବଶ୍ୟମ୍ଭାବୀ। ଆପଣ ବହୁତ ପୂର୍ବରୁ ଯେଉଁ ପ୍ରାପ୍ୟ ପାଇବାର ଥିଲା ଆଜି ହିଁ ତାହା ପାଇବାର ସୂଚନା ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।

କନ୍ୟା ରାଶି -ଆଜି ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବ। ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ନେଇ ଚାଳନାରେ ସତର୍କ ରହିବା ଭଲ ନତୁବା ହଇରାଣ ହୋଇପାରନ୍ତି। ପିଲାଙ୍କ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିବେ। ଜଣେ ହିତାକାଂକ୍ଷୀଙ୍କ ସହୃଦୟତାରୁ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।

ତୁଳା ରାଶି -ସବୁ କଥାରେ ନୀରବଦ୍ରଷ୍ଟା ସାଜିବା ଦ୍ୱାରା ଆଗାମୀ ସମୟରେ ହଇରାଣରେ ପଡିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।

ବିଛା ରାଶି -ଦୂରଯାତ୍ରା କରିପାରନ୍ତି । ମନ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇପାରେ । ପରିବାର ସହ ସମୟ ବିତାଇବେ । ବନ୍ଧୁଙ୍କ ସହଯୋଗ ମିଳିବ ।କଚେରି ମାମଲା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ଗବେଷଣା, ଆଲୋଚନା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ।

ଧନୁ ରାଶି -ଆଜି ଆପଣଙ୍କ ଆୟରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ଆୟ ଉତ୍ତମ ରହିବ ।ଜମିଜମା, ବ୍ୟବସାୟ, ପରିବହନ, କ୍ଷେତ୍ର ଭଲ ରହିବ

ମକର ରାଶି -ଆଜି ଆଶାଠୁ ଅଧିକ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ନୂଆ ଚାକିରୀର ପ୍ରସ୍ତାବ ଆସି ପାରେ ।ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ ସଙ୍ଗକୁ ସାମାଜିକ କାମରୁ ଖୁସି ରହିବେ। ଅପରାହ୍ନରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ।

କୁମ୍ଭ ରାଶି -ଆଜି ପରିବାରରେ ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ। ଏଣେ କର୍ମକ୍ଷେତ୍ରରେ ମଧ୍ୟ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟାକୁ କେନ୍ଦ୍ରକରି ନିଜ ପରିସରରେ ସମାଲୋଚିତ ହେବେ।

ମୀନ ରାଶି -ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ । ପରିବାରରେ ଆପଣଙ୍କ ଯୋଗୁଁ ଖୁସି ଆସିବ । ଆକସ୍ମିକ ଭାବରେ ଦୂରଯାତ୍ରାର ମସୁଧା କରିପାରନ୍ତି ।ମନ ଭଲ ନ ଥିବା କାରଣରୁ କାହାର ଭଲ କଥା ମଧ୍ୟ ଆପଣଙ୍କୁ ଭଲ ଲାଗି ନ ପାରେ।

Leave a Reply

Your email address will not be published. Required fields are marked *