ନମସ୍କାର ଦର୍ଶକ ବନ୍ଧୁ ଏବେ ଆସିଲା ପାଣିପାଗକୁ ନେଇ ବଡ ଖବର ରାକ୍ଷୀପୂର୍ଣିମାରୁ ହେବ ପୁଣି ଥରେ ବର୍ଷା ଏବେ ପାଗ ଶୁଖିଲା ରହୁଥିବା ବେଳେ ଅସହ୍ୟ ଗୁଳିଗୁଳି ହେଉଛି | ଅଧିକାଂଶ ଜାଗାରେ ଗରମ ମଧ୍ୟ ଅନୁଭୂତ ହେଉଛି ରାକ୍ଷୀପୂର୍ଣିମା ପରେ ବର୍ଷା ହେବା ନେଇ ସୂଚନା ମିଳିଛି | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିନେଵାବ କେଉଁ କେଉଁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି |
ରାଜ୍ୟରେ ଏବେ ସକ୍ରିୟ ମୌସୁମୀ ପ୍ରବାହ ଜାରି ରହିଛି ଆଜି ମାଲକାନଗିରି, କୋରାଫୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ହେଉଛି | ମୌସୁମୀ ଜନିତ ନିମ୍ନ ଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦ ଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବ ଭାଗ ଗୋକପୁର, ଦରଭଙ୍ଗ ବ୍ଲୁର ଘାଟରୁ ମଣିପୁର ଆଡକୁ ଲମ୍ବିଛି |
ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି ଆସନ୍ତା ଦୁଇଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ 30 ତାରିଖ ଆଡକୁ ପୁଣି ଥରେ ବର୍ଷା ହୋଇପରେ ବୋଲି ଆଞ୍ଚଳିକ ପାଣିପାଗ ବିଭଗ ସୂଚନା ଦେଇଛନ୍ତି | ପାଣିପାଗ ସୂଚନା ଅନୁସାରେ ଦୁଇଦିନ ପାଗ ଶୁଖିଲା ରହିବା ପରେ ରାକ୍ଷୀପୂର୍ଣ୍ଣିମା ଆଡକୁ ପୁଣି ଥରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ |
ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକରୁ ମାଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ ସେହି ଭଳି 31 ତାରିଖ ଦିନ ରାଜ୍ୟରେ ଭଲ ବର୍ଷାର ସମ୍ଭାବନା ରହିଛି |
ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ନେଇ ପାଗ ଅନୁକୂଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛନ୍ତି | ଉତର ପୂର୍ବ ବାଙ୍ଗଲାଦେଶ ଉପକୂଳରେ ଏକ ଘୃଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି |
ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ ଯାହାର ପ୍ରଭାବରେ ଉତର ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି | ବିଶେଷ କରି ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଢେ଼ଙ୍କନାଳ ଏବଂ ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭଗ ଆକଳନ କରିଛନ୍ତି |