ମେଷ ରାଶି -ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସହଯୋଗ ପାଇବେ । ଆୟ ମଧ୍ୟମ ଧରଣର ରହିବ । ବ୍ୟବସାୟରେ ମଧ୍ୟ ମଧ୍ୟ ଧରଣର ସ୍ଥିତି ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ମନ ଭଲ ରହିବ । ଦୂରଯାତ୍ରା କରିପାରନ୍ତି ।ଭବିଷ୍ୟତ ପାଇଁ କୌଣସି ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି |
ବୃଷ ରାଶି -ଧାର୍ମିକ ଯାତ୍ରାରେ ଯୋଗ ବନୁଅଛି |ସମ୍ପୂର୍ଣ୍ଣ ଦିନଟି ହସ ଖୁସିରେ କଟିବ |ବ୍ୟାପାର ବୃଦ୍ଧି ପାଇଁ ଯାତ୍ରା କରିବା ପାଇଁ ପଡ଼ିପାରେ |ମହିଳା ମାନଙ୍କୁ ପରିଶ୍ରମର ଫଳ ଉପରେ ସଫଳତା ମିଳିବ |ଜୀବନ ସାଥୀଙ୍କ ସହିତ କୌଣସି ବିଷୟ ଉପରେ ଆଲୋଚନା କରିବେ |
ମିଥୁନ ରାଶି -ପ୍ରିୟ ବନ୍ଧୁଙ୍କ ସହିତ ମଧ୍ୟାହ୍ନ ଭୋଜନର ଖାଦ୍ୟ ସୂଚୀ ପ୍ରସ୍ତୁତ କରିବେ |ଆଜି ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ଘର ପାଇଁ ଦରକାରୀ ସାମଗ୍ରୀ କ୍ରୟ କରିବେ । ମନ ଭଲ ରହିବ ।
କର୍କଟ ରାଶି -ଧନ ଲାଭର ଯୋଗ ରହିଛି । ଭୂମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଛାତ୍ରଛାତ୍ରୀଙ୍କୁ ପାଠପଢାରେ ଅଧିକ ପରିଶ୍ରମ ଓ ସମୟ ଦେବା ପାଇଁ ପଡିବ । ବକେୟା ଟଙ୍କା ଫେରି ପାଇବେ । ଦୂରଯାତ୍ରା କରିପାରନ୍ତି ।
ସିଂହ ରାଶି -ଆର୍ଥିକ ସ୍ଥିତି ଆପଣଙ୍କ ଆହୁରି ମଝଭୁତ ରହିବ |ଆଜି ସବୁ କାର୍ଯ୍ୟରେ ସଫଳତା ପାଇବେ |କୌଣସି ନୂତନ କାର୍ଯ୍ୟ ପାଇଁ ଆଜି ଆଜି ଆଗ୍ରହ ଦେଖାଇବେ । ମନ ସ୍ଥିର ରହିବ । ବାଧାବିଘ୍ନ ଦୂର ହେବ । ପରିବାରରେ କୌଣସି କାରଣ ପାଇଁ ବିବାଦ ଦେଖାଦେବ । ଆଜି କିଛି କାମରେ ବିଳମ୍ବିତ ହୋଇପାରେ ।
କନ୍ୟା ରାଶି -ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବାଦବିଦାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସମସ୍ତଙ୍କ ପ୍ରିୟ ହେବେ । ଶତ୍ରୁ କୌଣସି କ୍ଷତି କରିପାରିବେ ନାହିଁ । ସାବଧାନ ରୁହନ୍ତୁ ।କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ଲଢ଼ିଲେ ମଧ୍ୟ ସମର୍ଥନ ପାଇବେ ନାହିଁ।
ତୁଳା ରାଶି -କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ । ଦୁର୍ଘଟଣା ଘଟିପାରେ ସତର୍କ ରୁହନ୍ତୁ । କିଛି କଥାକୁ ନେି ଚିନ୍ତାରେ ରହିବେ । ପୂଜାପାଠରେ ସମୟ ବିତିବ ।ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ ଏବଂ କଳା, ସାହିତ୍ୟ, ସଭାସମିତିରେ ଯୋଗ ଦେଇପାରନ୍ତି।
ବିଛା ରାଶି -ଚେଷ୍ଟା ଅବ୍ୟାହତ ରଖନ୍ତୁ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ ଘଟିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍ ହେବନି। ଅନୁରାଧା ନକ୍ଷତ୍ର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ନିଜ ଲୋକମାନେ କାମରେ ଅବହେଳା କରିବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ଧନୁ ରାଶି -ଭାଗ୍ୟ ବଦଳାଇବା ପାଇଁ ସମୟଟି ଶୁଭ ରହିଛି |ଯାହାବି କାର୍ଯ୍ୟ କରିବେ ସଫଳତା ମିଳିବ |ନୂଆ ଘର କିଣିବା ପାଇଁ ଆଗ୍ରହ ବଢିବ |ଔଷଧ ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ |ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ଆୟ ଉତ୍ତମ ରହିବ
ମକର ରାଶି -ଆପଣଙ୍କ ମଧୁର କଥାରେ ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇପାରନ୍ତି। ଶ୍ରବଣା ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଶାସନ, ପ୍ରକାଶନ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।ଦିନଟି ଭଲରେ ବିତିବ । ନୂଆ ଚାକିରୀର ପ୍ରସ୍ତାବ ଆସି ପାରେ ।
କୁମ୍ଭ ରାଶି -ଶରୀରରେ କ୍ଳେଶ ଲାଗିବ ଭଳି ସମସ୍ୟା ଦେଖା ଦେବ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି । ପ୍ରତ୍ୟୁଷ ଯାତ୍ରାରେ ବିଭିନ୍ନ ପ୍ରତିବନ୍ଧକର ସାମନା କରିବାକୁ ପଡ଼ିପାରେ।
ମୀନ ରାଶି -ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ । ପରିବାରରେ ଆପଣଙ୍କ ଯୋଗୁଁ ଖୁସି ଆସିବ । ଆକସ୍ମିକ ଭାବରେ ଦୂରଯାତ୍ରାର ମସୁଧା କରିପାରନ୍ତି ।ଜମି ବାଡ଼ିରେ ଲାଗି ରହିଥିବା ବିବାଦ ସମାପ୍ତ ହେବ |କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି |