ନମସ୍କାର ଦର୍ଶକ ବନ୍ଧୁ ଆସନ୍ତୁ ଆଜି ଜାଣିବା ଚାକିରୀ ଦେବା ବାହାନା ରେ କିପରି ଠକୁଥିଲେ ଯୁବକ, ମୋ ସ୍କୁଲର ଫେକ ୱେବସାଇଟି ଖୋଲି ଚାକିରୀ ଦେବା ନାଁ ରେ ଠକୁଥିଲେ ଯୁବକ, ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ |
60 ଜଣଙ୍କ ଠାରୁ ଚାକିରୀ ଦେବା ନାଁ ରେ ଅଭିଯୁକ୍ତ ଠକେଇ କରିଥିବା ସୂଚନା ମିଳିଛି | ଭରତପୁର ରୁ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ, ଦୁଇ ଲକ୍ଷ ଟଙ୍କା ଦୁଇଟି ଲାପଟପ ଡେସ୍କଟପ ତେରଟି ମୋବାଇଲ ସେମାନଙ୍କ ନିକଟରୁ ଜବତ କରାଯାଇଛି |
ବ୍ୟାଙ୍କ ଚେକ ବୁକ ଏଟିଏମ କାର୍ଡ ଫେକ ସିଲ୍ଲ ଷ୍ଟାମ୍ପ ଓ ଅନ୍ୟାନ ଗୁରୁତ୍ୱପୂର୍ଣ କାଗଜ ଜବତ ହେଉଥିବା କଥା ସାମ୍ନାକୁ ଆସିଛି | ଜୁଲାଇ 12 ତାରିଖରେ ମୋ ସ୍କୁଲ ତରଫରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା ନକଲି ୱେବସାଇଟ ପ୍ରସ୍ତିତ କରି ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା |
ପୋଲିସ କମିଶନରଙ୍କୁ ଚିଠି ଲେଖି ଅବଗତ କରେଇଲେ ଗଣଶିକ୍ଷା ବିଭାଗ ସଚିବ ଅସ୍ବାଥିସ | ଏହି ନକଲି ୱେବ୍ସାଇଟରେ ଡଟାଏଣ୍ଟ୍ରି ଅପରେଟର ପିଅନ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ନକଲି ବିଜ୍ଞାପନ ଦେଇଥିଲେ ଏହି ସାଇବର ଠକ |
ଚାକିରୀ ପାଇଁ ଅସହାୟଙ୍କଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦାବି କରୁଥିଲେ ଏହି ସାଇବର ଠକ | ମୋ ସ୍କୁଲ ଅନଲାଇନ ନାଁ ରେ ପ୍ରସ୍ତୁତ ହୋଇଥିଲା ଏହି ନକଲି ୱେବସାଇଟ ଏହି ୱେବସାଇଟ ମାଧ୍ୟମରେ ଚଳାଇଥିଲେ ନିଜର ଫର୍ଡ କାରବାର |