ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପୁଣି ପାଗକୁ ନେଇ ବଡ଼ ସୂଚନା ଆସୁଛି ଆଉ ଏକ ଲଘୁଚାପ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ଏହି ସବୁ ଜିଲ୍ଲାରେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ଆସୁଛି ଆଉ ଏକ ଲଘୁଚାପ ଉତ୍ତର ବଙ୍ଗୋପ ସାଗରରେ ଆସନ୍ତା 2 ତାରିକରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |ତେବେ ଓଡିଶା ଉପକୂଳରେ ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ |
ଜଳବାୟୁ ଏବଂ ପରିବେଶ କେନ୍ଦ୍ରର ନିର୍ଦେଶ ଏକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି |ତେବେ ସେହିପରି ଭାରତୀୟ ପାଣିପାଗ ବିଭାଗର IMD ଆକଳନ ଅନୁଯାଇ 25 ଏବଂ 26 ତାରିକରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହୋଇପାରେ |ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବାରୁ 31 ତାରିକରେ ମଧ୍ୟ ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |
ତେବେ ଆଜି ମୟୁରଭଞ୍ଜ ,ମାଲକାନଗିରି ,କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |ସେହିପରି ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ,କଟକ ,ଜଗତସିଂହ ପୁର ,ପୁରୀ ,ଖୋର୍ଦ୍ଧା ,ନୟାଗଡ଼ ,ଗଂଜାମ ,ଗଜପତି ,କେଉଁଝର ,ମୟୁରଭଞ୍ଜ ,ଢେଙ୍କାନାଳ ,ମାଲକାନଗିରି ,କୋରାପୁଟ ,ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି |
ତେବେ ଗତକାଲି ପାରଳାଖେମୁଣ୍ଡି ରେ 31.2 ମିଲିମିଟର ବର୍ଷା ହେଉଥିବା ବେଳେ ନବରଙ୍ଗ ପୁରରେ 23.6 ,ଫୁଲବାଣୀରେ 16,ବାଲେଶ୍ୱରରେ 13.8 ମିଲିମିଟର କୋରାପୁଟରେ 16 ମିଲିମିଟର ଓ କେନ୍ଦୁଝରରେ 6.6 ମିଲିମିଟର ବର୍ଷା ହୋଇଛି |