ଆଜିର ରାଶିଫଳ 2023 ଅଗଷ୍ଟ 28 ସୋମବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଆବଶ୍ୟକତାନୁସାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।ମଙ୍ଗଳ କୋଣସ୍ଥାନରେ ଥିବାରୁ କୌଣସି ଘରୋଇ ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ରହିବ। ପ୍ରଶାସନିକ ସ୍ତରରେ କାମ ହାସଲ କଷ୍ଟକର ହୋଇପାରେ।

ବୃଷ ରାଶି -ସ୍ବଗୃହୀ ରବି ଓ ବୁଧ ହେତୁ ପରିବାର ମଧ୍ୟରେ ସମସ୍ୟାର ଗୁରୁତ୍ୱ ଉପଲବ୍‌ଧି କରି ବିହିତ ପଦକ୍ଷେପ ନେବା ଭଲ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆପଣଙ୍କୁ ସାହାଯ୍ୟ କରିବେ ।କର୍ମଭାବସ୍ଥ ଶନି କର୍ମକ୍ଷେତ୍ରରେ ଅସ୍ଥିରତା ଦୂର କରିବାରେ ସାହାଯ୍ୟ କରିବେ।

ମିଥୁନ ରାଶି -ଦ୍ୱିତୀୟ ଓ ତୃତୀୟଭାବର ଶୁଭତ୍ୱ କାରଣରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପଡୋଶୀଙ୍କ ସାହଚର୍ଯ୍ୟରେ ସାମାଜିକ ସ୍ତରରେ କୌଣସି କାମ କରିବା ସକାଶେ ସ୍ଥିର କରିବେ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଗସ୍ତ ସମୟରେ ଯାନବାହାନରେ ସତର୍କତା ବିଧେୟ।

କର୍କଟ ରାଶି -ସଫଳତାରେ ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ରରେ ତର୍କ ଓ ବିବାଦକୁ କେନ୍ଦ୍ର କରି ଟଣାଓଟରା ଦେଖାଦେଇପାରେ ।କୌଣସି ଅଜଣା ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସଙ୍ଗକୁ ଶ୍ରମଜନିତ କ୍ଳାନ୍ତିବୋଧ କରିବେ।

ସିଂହ ରାଶି -ବିଦ୍ୟାର୍ଥୀ ମାନେ ଅନେକ ଲାଭବାନ ହେବେ । ସ୍ଥଗିତ କାମ ପାଇଁ ହଠାତ୍‌ ଆଶା କରିଥିବା କାୈଣସି ଖବର ପାଇ ଖୁସି ହେବେ। ଛୋଟ ଛୋଟ ଘଟଣାକୁ ଅସାଧାରଣ ମନେ କରି ବ୍ୟସ୍ତ ହୁଅନ୍ତୁ ନାହିଁ।
କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।

କନ୍ୟା ରାଶି -ମଙ୍ଗଳଙ୍କ ରାଶ୍ୟାବସ୍ଥାନ ଜନିତ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅଂଶୀଦାରଙ୍କ ଅଯଥା ଯୁକ୍ତି କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ। ମାଲିମକଦ୍ଦମାରେ ସ୍ବପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ

ତୁଳା ରାଶି -ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସାଙ୍ଗକୁ ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ । ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ବିଶେଷ ଭଲ ରହି ନ ପାରେ ।ପଡୋଶୀଙ୍କ ସହାୟତାରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହୋଇପାରନ୍ତି।

ବିଛା ରାଶି -ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ । ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।ବନ୍ଧୁଙ୍କ ପ୍ରେରଣାରେ କୌଣସି ସାଂସ୍କୃତିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।

ଧନୁ ରାଶି -କର୍ମକ୍ଷେତ୍ରରେ ଦ୍ୱାଦଶାଧିପତି ଥିବାରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦନ ନିମନ୍ତେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ।

ମକର ରାଶି -ମାଲିମକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ବନ୍ଧୁମାନଙ୍କ କଥାରେ ବିଶ୍ୱାସୀ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।ବ୍ୟବସାୟ କ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ।

କୁମ୍ଭ ରାଶି -ଶରୀରରେ କ୍ଳେଶ ଲାଗିବ ଭଳି ସମସ୍ୟା ଦେଖା ଦେବ । ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି ।ବନ୍ଧୁଙ୍କ କଥାରେ ହଁ ଭରି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ।

ମୀନ ରାଶି -ପାରିବାରିକ କ୍ଷେତ୍ରର ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଖଃ ଜଣାନ୍ତୁ; ଅବଶ୍ୟ ଉପକୃତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *