Weather: ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଏହିଜିଲ୍ଲାରେ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଦେଲେ ଏମିତି ସୁଚନା

ବର୍ତମାନର ସବୁଠୁ ବଡ ଖବର ପାଣିପାଗକୁ ନେଇ ଆସୁଛି ପୁଣି ଏକ ଲଘୁଚାପ ସକ୍ରିୟ ଲଘୁଚାପ ପ୍ରଭାବରେ 31 ଯାଏ ପ୍ରବଳ ବର୍ଷା ସେପଟେ ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ | ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ |

ତେବେ ପୂର୍ବକେନ୍ଦ୍ର ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଭିନ ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛନ୍ତି | ତେବେ 24 ଘଣ୍ଟା ମଧ୍ୟରେ ରାଜ୍ୟର 24ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଏହି ଜିଲ୍ଲା ଗୁଡିକକୁ yellow alert ଜାରିକରଯାଇଛି |

ଏହାରି ମଧ୍ୟରେ ଆସନ୍ତା 2 ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ଫଳରେ ଆଗକୁ ମଧ୍ୟ ରାଜ୍ୟରେ ବର୍ଷା ଲାଗିରହିବ | ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାଇ ସକ୍ରିୟ ଲଘୁଚାପ ପ୍ରଭାବରେ ଚଳିତ ମାସ 31 ତାରିଖ ବର୍ଷା ହେବାର ସମ୍ଭାବନା ରହିଛି |

ତେବେ ଆଜି ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି | ସେପଟେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ପୁରୀ, ଜଗସିଂପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେ଼ଙ୍କନାଳ, ମାଲକାନଗିରି, କୋରାପୁଟ, ରାୟଗଡା ଓ ନବରଙ୍ଗପୁର ର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |

ସେପଟେ ଗତକାଲି ପିଲାଲେଖ ମୁଣ୍ଡିରେ 312 ନବରଙ୍ଗପୁରରେ 23.6 ଫୁଲବାଣୀରେ 16 ବାଲେଶ୍ଵରରେ 13.8 କୋରାପୁଟରେ 16 ଓ କେନ୍ଦୁଝରରେ 6,6 ମିଲିମିଟର ବର୍ଷା ରେକଡ଼ କରାଯାଇଛି |

Leave a Reply

Your email address will not be published. Required fields are marked *