ଆଜିର ରାଶିଫଳ 27 ଅଗଷ୍ଟ 2023 ରବିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି ଆପଣ ପ୍ରତ୍ୟକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ ବଳ ରଖିବେ |ବେପାର ବାଣିଜ୍ୟ କ୍ଷେତ୍ରରେ ଆଶା ରହିବାର ଲାଭ ବନୁଅଛି |ଆପଣଙ୍କ ଉର୍ଜାର ସ୍ତର ଭଲ ରହିବ |କିଛି ମହତ୍ୱ ପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ |ଧର୍ମ କର୍ମରେ ରୁଚି ବଢିବ |

ବୃଷ ରାଶି -ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଭଲ ରହିବ ନାହିଁ । ପୈତୃକ ସମ୍ପତି ନେଇ ଅଶାନ୍ତି ଦେଖାଦେଇପାରେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଆର୍ଥିକ ସ୍ଥିତି ଜଟିଳ ହୋଇପାରେ । ନୂତନ କର୍ମସଂସ୍ଥାରେ ଗଣ୍ଡଗୋଳ ଲାଗିପାରେ ।

ମିଥୁନ ରାଶି -ସମସ୍ୟା ଲାଗି ରହିବା କାରଣରୁ ବ୍ୟବସାୟକୁ ସଙ୍କୁଚିତ କରି ନେଇ ପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିସ୍ଥିତିକୁ ଲାଘବ କରିବେ। କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ଚଳଚ୍ଚିତ୍ରାଦିରେ ଉନ୍ନତି କରିବାର ସୂଚନା ରହିଛି।ଛାତ୍ର ଛାତ୍ରୀଙ୍କ ପାଇଁ ଆଜିର ଦିନଟି ଶୁଭ ସାବ୍ୟସ୍ତ ରହିବ |

କର୍କଟ ରାଶି -ଆଜି ଚନ୍ଦ୍ର ଯୋଗ ରହିଛି । ଆର୍ଥିକ ଉନ୍ନତି ମିଳିବ । ନୂତନ କାର୍ଯ୍ୟରେ ଉପକୃତ ହେବେ । ସବୁକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି ।ମହତ୍ୱ ପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ବନୁଅଛି |

ସିଂହ ରାଶି -ବନ୍ଧୁମାନଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ସ୍ଥଗିତ କାମ ପାଇଁ ହଠାତ୍‌ ଆଶା କରିଥିବା କାୈଣସି ଖବର ପାଇ ଖୁସି ହେବେ। ଛୋଟ ଛୋଟ ଘଟଣାକୁ ଅସାଧାରଣ ମନେ କରି ବ୍ୟସ୍ତ ହୁଅନ୍ତୁ ନାହିଁ। କୋର୍ଟକାର୍ଯ୍ୟ ଅନୁକୂଳ ହୋଇପାରେ।

କନ୍ୟା ରାଶି -ପୈତୃକ ସମ୍ପତି ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ । ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟରେ ତରବର ହୋଇ ସିଦ୍ଧାନ୍ତ ନେବା ଉଚିତ୍ ନୁହେଁ । ଶରୀର ଅସୁସ୍ଥ ରହିବ । ମହିଳାମାନେ ଶାନ୍ତିରେ ରହିପାରନ୍ତି ।ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।

ତୁଳା ରାଶି -ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସାଙ୍ଗକୁ ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ମଙ୍ଗଳଙ୍କ ଦ୍ୱାଦଶାବସ୍ଥାନ ଜନିତ ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ନ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ବିଶେଷ ଭଲ ରହି ନ ପାରେ।

ବିଛା ରାଶି -ଆଜି କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ । ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି । ମହିଳା ମାନଙ୍କ ପାଇଁ ଦିନଟି ଭଲ ରହିଛି । ଛାତ୍ରଛାତ୍ରୀମାନେ ଉପକୃତ ହେବେ ।ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ

ଧନୁ ରାଶି -ଆର୍ଥିକ ପରିସ୍ଥିତି ଓ ମାନସିକ ଦ୍ୱନ୍ଦ ବହୁ ଅସୁବିଧା ସୃଷ୍ଟି ହେବ । ନୂତନ ନିଯୁକ୍ତିରେ ଆଶା ବିଫଳ ହେବ । କର୍ମକ୍ଷେତ୍ର ତଥା ବ୍ୟବସାୟରେ କ୍ଷତି ହୋଇପାରେ ।ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ।

ମକର ରାଶି -ଅଯଥା କ୍ଷତିର ଆଶଙ୍କା ରହିଛି । ବ୍ୟବସାୟ କ୍ଷେତ୍ରରେ ଅଧିକ ବ୍ୟୟ ହେବ । ଦୁର୍ଘଟଣା ଘଟିପାରେ । ପିତାଙ୍କ ଦେହ ଖରାପ ରହିବ । ମହିଳାମାନେ ଚିନ୍ତା କରିପାରନ୍ତି ।କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।

କୁମ୍ଭ ରାଶି -ନୂତନ ନିଯୁକ୍ତିରେ ଆଶା ଉଜ୍ଜଳ ରହିବ । ଆର୍ଥିକ ପରିସ୍ଥିତି ସୁଖ ହେବ । ବ୍ୟବସାୟରେ ହଠାତ୍ ବନ୍ଧୁ ସହଯୋଗ ଆସିବ । କର୍ମ ସୁଖି ହେବେ ।ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି।

ମୀନ ରାଶି -ଦୀର୍ଘ ଦିନରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରି ଚିନ୍ତିତ ରହିବେ। ପୂର୍ବ ଆଲୋଚନା ଅନୁଯାୟୀ ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଆକସ୍ମିକ ଭାବରେ ଦୂରଯାତ୍ରାର ମସୁଧା କରିପାରନ୍ତି।

Leave a Reply

Your email address will not be published. Required fields are marked *