ନମସ୍କାର ଦର୍ଶକବନ୍ଧୁ ପାଣିପାଗ ବିଭାଗ ତରଫରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ ରାଜ୍ୟରେ ଆଉ ଦୁଇଦିନ ଜାରି ରହିବ ହାଲୁକରୁ ମଧ୍ୟମ ଧରଣର ବର୍ଷା ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ଏଥିପାଇଁ ଆପଣ ଆଲର୍ଟ ରୁହନ୍ତୁ କେଉଁ କେଉଁ ଜିଲ୍ଲାକୁ ଅଧିକ ମାତ୍ରାରେ ବର୍ଷା ରହିଛି ଆଗକୁ କେଉଁ କେଉଁ ଜିଲ୍ଲାକୁ ଏହାର ପ୍ରଭାବ ଅଧିକ ପଡ଼ିବ ତାହା ନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |
ବର୍ତ୍ତମାନ ଯାହା ସୂଚନା ମିଳିଛି ରାଜ୍ୟର କିଛି ଜିଲ୍ଲାରେ ଆଜି ହାଲୁକରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଅର୍ଥାତ 27 ଅଗଷ୍ଟ ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ସାତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି |15 ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷାର ସମ୍ଭାବନା ରହିଥିଵା ବେଳେ ସତର୍କ ସୂଚନା ଜାରି କରିଛି |
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |ମୟୁରଭଞ୍ଜ ,ସୁନ୍ଦରଗଡ଼ ,ଦେବଗଡ଼ ,ବୌଦ୍ଧ ,ଅନୁଗୁଳ ,ଯାଜପୁର ,ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡା ,ଜଗତସିଂହ ପୁର ,କଟକ ,ପୁରୀ ,ଖୋର୍ଦ୍ଧା ,ନୟାଗଡ଼ ,ଗଞ୍ଜାମ ,କଳାହାଣ୍ଡି କାଳବୈଶାଖୀ ଜନିତ ଝଡ଼ ବର୍ଷାର ସମ୍ଭାବନା ରହିଛି ବୋଲି କୁହାଯାଇଛି |
ସେହିପରି ଏହି ସମୟ ମଧ୍ୟରେ ମୟୁରଭଞ୍ଜ ,ଅନୁଗୁଳ ,ଗଜପତି ,ରାୟଗଡ଼ା ଓ କୋରାପୁଟ ପ୍ରଭୃତି ସାତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି |ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |