ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି |ତେବେ ତାଙ୍କର କଣ ହୋଇଛି ଆସନ୍ତୁ ଜାଣିବା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଛି |ଚିକିତ୍ସା ସହାୟକ ପାଇଁ ପରିବାରର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ପ୍ରତିନିଧି ଦଳ |
ତିନି ହଜାର ପାଞ୍ଚଶହ ରୁ ଉର୍ଦ୍ଧ ଗୀତ ଗାଈ ପାଞ୍ଚ ଦଶମୀ ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି କଣ୍ଠ ଶିଳ୍ପୀ |1938 ମସିହା ଜାନୁଆରୀ 20 ତାରିକରେ କଟକ ବକ୍ସି ବଜାର ଯାଜକ ଲେନରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ 86 ବସନ୍ତ କୁ ଅତିକ୍ରମ କରିଛନ୍ତି |
1948 ମସିହାରେ ସେ ଶିଶୁ ସଂସ୍କାରରେ ଗାଇବା ଆରମ୍ଭ କରିଛନ୍ତି ପରେ ଦିଲ୍ଲୀରେ ଆକାଶ ବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିନା ଅଡିସନରେ ସେ ଆକାଶ ବାଣୀ ପାଇବାର ସୁଯୋଗ ପାଇଥିଲେ |
ତେବେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରବଣ ପଟ୍ଟାନାୟକ ଅସୁସ୍ଥ ଅଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି ତେବେ ତାଙ୍କର ଅସଂଖ୍ୟ ପ୍ରଶଂସକ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି |