ଆଜିର ରାଶିଫଳ 2023 ଅଗଷ୍ଟ 26 ଶନିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ବିଭିନ୍ନ ସମସ୍ୟାରୁ ମୁକ୍ତ ହେବେ । ପାରିବାରିକ ବୁଝାବଣା ରହିବ । ରାଜନୈତିକ କ୍ଷେତ୍ରରେ ଶୁଭଖବର ମିଳିବା ସହ ମନ ଖୁସି ରହିବ |ଯାତ୍ରା ସମୟରେ ପରିବହନରେ ଝଗଡ଼ା ଲାଗିବାର ସୂଚନା ରହିଛି। ଆଜି ବନ୍ଧୁମାନଙ୍କ ସାହାଯ୍ୟରେ ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ

ବୃଷ ରାଶି -ରାଜନିତିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ।କୌଣସି ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ନ ପାଇ ବିକଳ୍ପ ଚିନ୍ତା କରିପାରନ୍ତି। କଚେରି ମାମଲାରେ ବାନ୍ଧି ହୋଇପଡ଼ିଥିବା ବ୍ୟକ୍ତିମାନେ ଆଶ୍ୱସ୍ତି ଲାଭ କରିବେ।

ମିଥୁନ ରାଶି-ଚାକିରିକୁ ନେଇ ମନ ଅସ୍ଥିର ରହିବ । ନିଜ କ୍ରୋଧକୁ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ଦୀର୍ଘଦିନ ହେବା ଲାଗିରହିଥିବା ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ ।ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମ ହାସଲ କରିବେ। କଳା, ସାହିତ୍ୟ କ୍ଷେତ୍ରରେ ବନ୍ଧୁଙ୍କ ମତ ପାର୍ଥକ୍ୟ ଦେଖାଦେବ।

କର୍କଟ ରାଶି -ଆଜି ଆପଣଙ୍କୁ ବ୍ୟବସାୟରେ ସାମାନ୍ୟ କ୍ଷତି ସହିବା ପାଇଁ ପଡିପାରେ । ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପୂଜାର୍ଚ୍ଚନା କରନ୍ତୁ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ ।କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।କୌଣସି ବନ୍ଧୁ ଈର୍ଷାଭାବ ପୋଷଣ କରିପାରନ୍ତି

ସିଂହ ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।କଳା, କ୍ରୀଡ଼ା, ସଙ୍ଗୀତ, ସାହିତ୍ୟ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।

ତୁଳା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।

ବିଛା ରାଶି -ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ ।

ଧନୁ ରାଶି -ଅନୁକୂଳ ଗ୍ରହସ୍ଥିତିରୁ ଆଜି ଏକ ସମ୍ମାନଜନକ ସ୍ଥିତିରେ ସହାୟତା ଲାଭ କରିବେ। କିନ୍ତୁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଈର୍ଷାନ୍ବିତ ନିଜ ଲୋକମାନେ ଦାଉ ସାଧିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଏପରିକି ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ।

ମକର ରାଶି -ପାରିବାରିକ କ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ବନ୍ଧୁଙ୍କ ସହ ଯାତ୍ରା କାଳରେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।ବ୍ୟବସାୟରେ ଲାଭ ମିଳିବାର ସମୟ |ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି |

କୁମ୍ଭ ରାଶି -ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ନିଜ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।

ମୀନ ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ |ଅର୍ଥ ଓ ସମ୍ମାନ, ସଦ୍ଦିଚ୍ଛାର ଅଭାବ ରହିବ ନାହିଁ। ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ।

Leave a Reply

Your email address will not be published. Required fields are marked *