ଆଜିର ରାଶିଫଳ 2023 ଅଗଷ୍ଟ 25 ଶୁକ୍ରବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ବିଭିନ୍ନ ସମସ୍ୟାରୁ ମୁକ୍ତ ହେବେ । ପାରିବାରିକ ବୁଝାବଣା ରହିବ । ରାଜନୈତିକ କ୍ଷେତ୍ରରେ ଶୁଭଖବର ମିଳିବା ସହ ମନ ଖୁସି ରହିବ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଅନ୍ତରଙ୍ଗ ବନ୍ଧୁଙ୍କ ସାହାଯ୍ୟର ହାତ ଆପଣଙ୍କ ନିକଟକୁ ଲମ୍ବି ଆସିପାରେ।

ବୃଷ ରାଶି -ରାଜନୀତିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ।ଅବଶ୍ୟ ମୃଗଶିରା ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ

ମିଥୁନ ରାଶି -ଚାକିରିକୁ ନେଇ ମନ ଅସ୍ଥିର ରହିବ । ନିଜ କ୍ରୋଧକୁ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ଦୀର୍ଘଦିନ ହେବା ଲାଗିରହିଥିବା ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ ।ଆଜି ପୁନର୍ବସୁ ନକ୍ଷତ୍ରର ସାଙ୍ଗସାଥୀମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି।

କର୍କଟ ରାଶି -ଆଜି ଆପଣଙ୍କୁ ବ୍ୟବସାୟରେ ସାମାନ୍ୟ କ୍ଷତି ସହିବା ପାଇଁ ପଡିପାରେ । ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ପୂଜାର୍ଚ୍ଚନା କରନ୍ତୁ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ ।ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ ରାଶି -ଆଜି ସାମାନ୍ୟ ପାରିବାରିକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ବଢିଯାଇ ପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ମନ ଚଳଚଞ୍ଚଳ ରହିବ ।ସାମାଜିକ ସ୍ତରରେ ଛୋଟ ବଡ଼ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ରହିବ ନାହିଁ।

କନ୍ୟା ରାଶି -ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ନୂଆ ଜମି, ବାହନ କ୍ରୟ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇବେ । ମନ ଭଲ ରହିବ ।ଚିତ୍ରା ନକ୍ଷତ୍ରର ମାଲିମକଦ୍ଦମାରେ ବିଜୟପ୍ରାପ୍ତି ଘଟିବ।ଆଜି ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ

ତୁଳା ରାଶି -ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଆଜି ବ୍ୟବସାୟୀମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।

ବିଛା ରାଶି -ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।

ଧନୁ ରାଶି -ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।

ମକର ରାଶି -ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ରତର ହେବାର ଅନୁଭବ କରିବେ।

କୁମ୍ଭ ରାଶି -ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।ଆଲୋଚନା ସମୟରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆକସ୍ମିକ ସ୍ଥାନାନ୍ତର ସୂଚନାକୁ ସହଜରେ ଗ୍ରହଣ କରିପାରିବେ ନାହିଁ।

ମୀନ ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।ଯେକୌଣସି ପରିସ୍ଥିତିରେ ଆପଣ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *