ନମସ୍କାର ଦର୍ଶକବନ୍ଧୁ ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ରହିଅଛି ଆଜିର ବିଷୟରେ ଆମେ ଜାଣିବା ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା କେଉଁଦିନ ପାଳିତ ହେବ ଅଗଷ୍ଟ 30 ତାରିକରେ ନା ଅଗଷ୍ଟ 31 ତାରିକରେ ପାଳନ କରାଯିବ ରକ୍ଷା ବନ୍ଧନ କେଉଁଦିନ ହେବ ବଳଭଦ୍ର ଜନ୍ମ କେଉଁଦିନ ଭାଇ ହାତରେ ଭଉଣୀ କେମିତି ରାକ୍ଷୀ ବାନ୍ଧିବେ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ସମୟ କଣ ରହିଅଛି ଆଉ ଏଥର ଭଦ୍ରାକାଳ ମଧ୍ୟ ପଡୁଅଛି ଏମିତି ବହୁତ କଥା ଆମେ ଆଲୋଚନା କରିବା ଶାସ୍ତ୍ର ଏବଂ ପୁରାଣର କଥାକୁ ନେଇ ଆମେ ଆଲୋଚନା କରିବା |ଶ୍ରାବଣ ମାସର ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ବୋଲି କୁହାଯାଇଥାଏ ଏହି ଦିନ ବଡ଼ ଠାକୁର ଶ୍ରୀ ପ୍ରଭୁ ବଳଭଦ୍ରଙ୍କ ଜନ୍ମ |ଆମେ ପାଞ୍ଜି ଦେଖିଲେ 31 ତାରିକ ପଡୁଅଛି ଗହ୍ମା ପୂର୍ଣ୍ଣିମା ଏବଂ 30 ତାରିକରେ ପଡୁଅଛି ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ବୋଲି କହିଥାଉ|
ତେଣୁ କଣ ପାଇଁ ରକ୍ଷା ବନ୍ଧନ 30 ତାରିକରେ ପାଳନ ହେବ ତେଣୁ ଶାସ୍ତ୍ର କହୁଛି ଯେ ଯେଉଁଦିନ ଶ୍ରାବଣ ପୂର୍ଣ୍ଣିମା ମଧ୍ୟାହ୍ନ ବ୍ୟାପି ହୁଏ ବା ମଧ୍ୟାହ୍ନ ସମୟରେ ପୂର୍ଣ୍ଣିମା ଭୋଗ ହେଉଥିଲେ ସେହିଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ବୋଲି ପାଳନ କରାଯାଏ ଏହି ନ୍ୟାୟରେ ଆସନ୍ତା 30 ତାରିକ ବୁଧବାର ଦିନ ସୂର୍ଯ୍ୟୋଦୟ ହେଉଛି ସକାଳ 5 ଟା 31 ମିନିଟ |ସୂର୍ଯ୍ୟୋଦୟ ସମୟକୁ ଚତୁର୍ଦଶୀ ତିଥି ଭୋଗ ହେଉଛି ଏହି ଚତୁର୍ଦଶୀ ତିଥି ଦିନ 10 ଟା 31 ମିନିଟ ସମୟ ଭୋଗ ହେବ 11 ଟା ଠାରୁ ପୂର୍ଣ୍ଣିମା ଆରମ୍ଭ ହେବ |
30 ତାରିକ ଦିନ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଅଗଷ୍ଟ 31 ତାରିକ ଗୁରୁବାର ସକାଳ 7 ଟା 5 ମିନିଟ ସମୟ ରହିବ ଏଣୁ 31 ତାରିକ ଦିନ ସକାଳ 7 ଟା 5ମିନିଟ ସମୟରେ ତିଥି ଆରମ୍ଭ ହେବ |ଶାସ୍ତ୍ର କହିଛି ଯେ ଯେଉଁ ଦିନ ଶ୍ରାବଣ ପୂର୍ଣ୍ଣିମା ମଧ୍ୟାହ୍ନ ସମୟରେ ଥିବ ସେହିଦିନ ହିଁ ବଳଭଦ୍ର ଦେବଙ୍କର ଜନ୍ମ ତେଣୁ ଅଗଷ୍ଟ 31 ତାରିକ ଦିନ ସକାଳ 7 ଟା 5 ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣିମା ରହୁଥିବା କାରଣରୁ ମଧ୍ୟାହ୍ନ ସମୟରେ ପୂର୍ଣ୍ଣିମା ନଥିବା ଯୋଗୁଁ ତା ପୂର୍ବ ଦିନ ଅର୍ଥାତ ଅଗଷ୍ଟ 30 ତାରିକ ବୁଧବାର ମଧ୍ୟାହ୍ନ ସମୟରେ ପୂର୍ଣ୍ଣିମା ଭୋଗ ହେଉଥିବା କାରଣରୁ ସେହିଦିନ ହିଁ ଆମେ ବଳଭଦ୍ରଙ୍କ ଜନ୍ମ ଦିବସ ପାଳନ କରିବା ଏବଂ ରକ୍ଷା ବନ୍ଧନ କରିବା ଏହି ଦିନ ଭାଇ ଭଉଣୀ ହାତରେ ରାକ୍ଷୀ ବନ୍ଧୀବାଟ ପରମ୍ପରା ରହିଅଛି |
କିନ୍ତୁ ଏହି 30 ତାରିକ ଭଦ୍ରା କାଳ ରହୁଥିବା ସମୟରୁ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭାଇର ଅମଙ୍ଗଳ ହୋଇଥାଏ ପୁରାଣରେ ମଧ୍ୟ ଏହି କଥାକୁ ଲେଖା ଯାଇଛି |ପୂର୍ଣ୍ଣିମା 30 ଅଗଷ୍ଟ ବୁଧବାର ସକାଳ 10ଟା 58 ମିନିଟ ରୁ ଆରମ୍ଭ ହୋଇଯିବ ଏବଂ ଯେପରି ପୂର୍ଣ୍ଣିମା ତିଥି ଆରମ୍ଭ ହେବ ଠିକ ସେହି ସମୟରେ ତୁରନ୍ତ ଭଦ୍ରା କାଳ ଆରମ୍ଭ ହୋଇଯିବ ଏବଂ ପୂର୍ଣ୍ଣିମା ତିଥି ଶେଷ ହେବ 31 ଅଗଷ୍ଟ ସକାଳ 7 ଟା 12 ମିନିଟ ସମୟରେ |ଭଉଣୀ ମାନେ ଭାଇ ମାନଙ୍କୁ କେଉଁ ସମୟରେ ରାକ୍ଷୀ ବାନ୍ଧିବେ ଏହି ସମୟକୁ ଲକ କରି ରଖନ୍ତୁ କାରଣ ଏହା ସମ୍ପୂର୍ଣ୍ଣ ନିର୍ଭୁଲ ଗଣନା ଅନୁସାରେ କୁହାଯାଉଛି |
30 ଅଗଷ୍ଟ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି 30 ଅଗଷ୍ଟ ବୁଧବାର ରାତ୍ରି 9 ଘଣ୍ଟା 1 ମିନିଟରୁ 9 ଘଣ୍ଟା 5 ମିନିଟ ପର୍ଯ୍ୟନ୍ତ ରହିବ |ଏହି ସମୟରେ ଆପଣ ରାକ୍ଷୀ ବାନ୍ଧି ପାରିବେ ଯଦି ଆପଣ 31 ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ଚାହୁଁଛନ୍ତି ତ ଆପଣ ଶୀଘ୍ର ଉଠି ଯାଆନ୍ତୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଏବଂ ସୂର୍ଯ୍ୟ ଉଦୟ ହେବାର ସକାଳ 7 ଟା 5 ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିବ ଏବଂ ଭଦ୍ରା ଏହି ସମୟରେ ରହିବ ନାହିଁ |ଏହା ସହିତ ପୂର୍ଣ୍ଣିମା ତିଥି ମଧ୍ୟ ରହିବ ଯେ 7ଟା 5 ମିନିଟ ପରେ ପୂର୍ଣ୍ଣିମା ତିଥି ସମାପ୍ତ ହୋଇଯିବ ଏବଂ ଆପଣ 31 ଅଗଷ୍ଟ ଦିନ ଶୀଘ୍ର ଉଠନ୍ତୁ ଏବଂ ଆପଣଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତୁ |