ପୁରୀ ଶ୍ରୀମନ୍ଦିରର ଏହି Rahasya ବିଷୟରେ ଜାଣି ବୈଜ୍ଞାନିକ ମାନଙ୍କ ଉଡ଼ିଗଲା ହୋସ ,ଜାଣିଲେ ଆପଣ ମଧ୍ୟ କହିବେ ଏ ତ ସବୁ ଭଗବାନଙ୍କ …..

ନମସ୍କାର ଦର୍ଶକବନ୍ଧୁ କଳିଯୁଗର ପବିତ୍ର ଧାମ ହେଉଛି ପୁରୀ ଜଗନାଥ ଧାମ ଓ ପୁରୀରେ ରଥ ଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ ଓ ଜଗନାଥ ମନ୍ଦିର ହେଉଛି ସବୁଠାରୁ ପୁରାତନ ମନ୍ଦିର ଠାରୁ ଏକ |ଏହି ମନ୍ଦିରର ଏଭଳି କିଛି ରହସ୍ୟ ରହିଛି ଯାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ବୁଝି ପାରି ନାହାଁନ୍ତି |ଜଗନାଥ ମନ୍ଦିର ପୁରୀ ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ ଅଟେ |

ପ୍ରଥମ ରହସ୍ୟ ହେଉଛି ଜଗନାଥ ମନ୍ଦିର ଉପରେ ଉଡ଼ୁଥିବା ଧ୍ୱଜ ଏହି ଧ୍ୱଜ ବହୁତ ରହସ୍ୟ ମୟ ଅଟେ କାରଣ ଏହି ଧ୍ଵଜ ପବନ ବହୁଥିବା ବିପରୀତ ଦିଗରେ ଉଡ଼ୁଛି ସଂକ୍ଷେପରେ କହିବାକୁ ଗଲେ ଯଦି ପବନ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ବହିବ ତେବେ ଧ୍ୱଜ ପଶ୍ଚିମ ଦିଗକୁ ଉଡ଼ିବା ଦରକାର କିନ୍ତୁ ଧ୍ୱଜଟି ତାର ବିପରୀତ ଦିଗ ମାନେ ପୂର୍ବ ଦିଗରେ ଉଡୁଛି |

ରହସ୍ୟମୟ ନମ୍ବର 2 ହେଉଛି ଏହି ମନ୍ଦିର ଦୁନିଆରେ ସବୁଠାରୁ ଉଚ୍ଚା ମନ୍ଦିର ଓ ଏହି ମନ୍ଦିର ଚାରି ଲକ୍ଷ ବର୍ଗ ଫୁଟ ରେ ଅଛି ଏହି ମନ୍ଦିରର ଉଚ୍ଚତା 214 ଫୁଟ ଅଟେ ଏହା ରହସ୍ୟ ହେଉଛି ଏତେ ବଡ଼ ମନ୍ଦିର ହୋଇ ମଧ୍ୟ ଏହି ମନ୍ଦିରର ଛାୟା କୋଉଠି ବି ପଡ଼େ ନାହିଁ ଏହା ହେଉଛି ସବୁଠାରୁ ବଡ଼ ରହସ୍ୟ |

ରହସ୍ୟମୟ ନମ୍ବର 3 ହେଉଛି ମନ୍ଦିରରେ ଲାଗିଥିବା ସୁଦର୍ଶନ ଚକ୍ର ଯାହାକୁ ନୀଳ ଚକ୍ର ବୋଲି କୁହାଯାଏ ଏହି ଚକ୍ର ଅଷ୍ଟ ଧାତୁରେ ନିର୍ମିତ ହୋଇଥାଏ ଏହାର ରହସ୍ୟ ଏହା ଯେ ଆପଣ ମନ୍ଦିରର ଚାରିପଟେ କୋଉଠି ଥାଇକି ଦେଖିଲେ ମଧ୍ୟ ଆପଣଙ୍କୁ ଆପଣଙ୍କ ସାମ୍ନା ପଟରେ ରହିକି ଦେଖିଲା ଭଳି ଜଣା ପଡ଼ିବ ଓ ଗୋଲ ଦେଖାଯିବ |

ରହସ୍ୟମୟ ନମ୍ବର 4 ହେଉଛି ଜଗନାଥ ମନ୍ଦିର ଉପରେ ଆପଣ କୌଣସି ପକ୍ଷୀକୁ ଉଡ଼ିବାରେ ଆପଣ ଦେଖି ନଥିବେ |ସାଧାରଣତଃ ଜଗନାଥ ମନ୍ଦିରକୁ ଛାଡ଼ି ଦେଲେ ଅନ୍ୟ ମନ୍ଦିରରେ ଆପଣମାନେ ବହୁତ ପାରା ଙ୍କୁ ଦେଖିଥିବେ କିନ୍ତୁ ଜଗନାଥ ମନ୍ଦିରରେ ଆପଣ କୌଣସି ପକ୍ଷୀଙ୍କୁ ଉଡ଼ିବାରେ ଦେଖିବେ ନାହିଁ |

ରହସ୍ୟ ନମ୍ବର 5 ହେଉଛି ଦୁନିଆର ସବୁଠାରୁ ବଡ଼ ରୋଷେଇ ଘର ହେଉଛି ଜଗନାଥଙ୍କ ରୋଷେଇ ଘର ଏଠି 500 ସହ ରୋଷେୟା ଏବଂ 300 ସହ ସହଯୋଗୀଙ୍କୁ ନେଇ ଭଗବାନଙ୍କ ପ୍ରସାଦ ତିଆରି କରାଯାଏ ଏଠି ପାଖାପାଖି କୋଡିଏ ଲକ୍ଷ ଭୋଜନ କରିଥାଆନ୍ତି କିନ୍ତୁ ସବୁଠାରୁ ବଡ଼ ରହସ୍ୟ ହେଉଛି ଏହି ମନ୍ଦିରରେ କିଛି ହଜାର ଲୋକଙ୍କ ପାଇଁ ରୋଷେଇ କଲେ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ପେଟ ଭରି ରହିଥାଏ ଲୋକ ବହୁତ କମ ଆସନ୍ତୁ କିମ୍ବା ଅଧିକ ଆସନ୍ତୁ ପ୍ରସାଦ ସମସ୍ତଙ୍କ ପାଇଁ ସମାନ ହୋଇଥାଏ ଗୋଟିଏ ଦାନ ମଧ୍ୟ ନଷ୍ଟ ହୁଏ ନାହିଁ |

ରହସ୍ୟ ନମ୍ବର ଛଅ ହେଉଛି ଜଗନାଥ ମନ୍ଦିରର ବାହାରେ ଆପଣଙ୍କୁ ସମୁଦ୍ରର ଶବ୍ଦ ଶୁଣା ଯାଇଥାଏ କିନ୍ତୁ ମନ୍ଦିରର ସିଂହ ଦ୍ୱାର ଭିତରକୁ ପାଦ ଥୋଇ ଦେଲା ମାତ୍ରେ ଆପଣଙ୍କୁ ସମୁଦ୍ରର ଟିକେ ଶବ୍ଦ ମଧ୍ୟ ଶୁଣାଯିବ ନାହିଁ |

ରହସ୍ୟ ନମ୍ବର 7 ହେଉଛି ଜଗନାଥଙ୍କ ନବକଳେବର ମାନେ କଳବରର ପରିବର୍ତ୍ତନ ଏହା ପ୍ରତି 12 ବର୍ଷରେ ଥରେ ହୋଇଥାଏ | ଜଗନାଥ ମୂର୍ତ୍ତିର ପ୍ରତିମା ଲୁହରେ ତିଆରି କରାଯାଏ କିନ୍ତୁ ଏହାର ଆକାର ଏବଂ ରୂପ ଏକାଭଳି ହୋଇଥାଏ |

Leave a Reply

Your email address will not be published. Required fields are marked *