ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ 24 ଘଣ୍ଟା ମଧ୍ୟରେ ବଢିବ ଝଡ଼ ବର୍ଷା ଏନେଇ 13 ଟି ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଥିପାଇଁ ଆପଣ ଆଲର୍ଟ ରୁହନ୍ତୁ କେଉଁ କେଉଁ ଜିଲ୍ଲାକୁ କେତେ ପ୍ରତିଶତ ବର୍ଷା ରହିଛି ଆଗକୁ କେଉଁ କେଉଁ ଜିଲ୍ଲାକୁ କାଳ ବୈଶାଖୀ ଜନିତ ଝଡ଼ ବର୍ଷା ହେବ ଏନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ରାଜ୍ୟରେ ବଦଳିଛି ପାଣିପାଗ ଏନେଇ 25 ତାରିକ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ |
ଆଜିଠାରୁ ଆଗାମୀ ତିନିଦିନ ଯାଏ ରାଜ୍ୟରେ 25 ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା କରାଯାଇଛି ଆଗାମୀ 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଉପକୂଳ ଉତ୍ତର ପଶ୍ଚିମ ଓଡିଶାର 25 ଟି ଜିଲ୍ଲାର କାଳବୈଶାଖୀ ଜନିତ ଝଡ଼ ବର୍ଷାର ସମ୍ଭାବନା ରହିଥିବା ବେଳେ 13 ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି |
ସେନେଇ ଅଗଷ୍ଟ 24 ଅର୍ଥାତ ଆଜି ଠାରୁ ରାଜ୍ୟେର 25 ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ଏନେଇ ଜିଲ୍ଲା ଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ ,କେଉଁଝର ,ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ସମ୍ବଲପୁର ,ଦେବଗଡ଼ ,ସୋନପୁର ,ବଲାଙ୍ଗୀରି ,ଅନୁଗୁଳ ,ଯାଜପୁର ,ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡା ,କଟକ,ଖୋର୍ଦ୍ଧା ,ପୁରୀ ,ନୟାଗଡ଼ ,କନ୍ଧମାଳ ,କୋରାପୁଟ ଏବଂ ମାଲକାନଗିରି ରହିଛି |
ଏହା ବ୍ୟତୀତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଝଡ଼ ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି ବୋଲି କୁହାଯାଇଛି |ସେହିପରି ଏହି ସମୟ ମଧ୍ୟରେ ମୟୁରଭଞ୍ଜ ,କେଉଁଝର ,ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ସମ୍ବଲପୁର ,ଦେବଗଡ଼ ,ବୌଦ୍ଧ ,ଅନୁଗୁଳ ,ଖୋର୍ଦ୍ଧା ଏବଂ ମାଲକାନଗିରି ପ୍ରଭୃତି 13 ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ଜାରି କରାଯାଇଛି |ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ପାଣିପାଗ କେନ୍ଦ୍ର ପକ୍ଷରୁ |