ଜହ୍ନ ମାମୁଁ ପାଇଁ ଏହି Katha ପଦେ ଥରେ ନିଶ୍ଚୟ ଦେଖନ୍ତୁ ମଜା ଆସିଯିବ, ମନେ ପଡ଼ିଯିବ ପିଲା ଦିନ କଥା ଖୁସିରେ ଆପଣ ନାଚି ଉଠିବେ |

ନମସ୍କାର ଦର୍ଶକବନ୍ଧୁ ଚନ୍ଦ୍ରାୟନ -3 ପାଇଁ ଆମ ଚ୍ୟାନେଲ ତରଫରୁ ଆପଣଙ୍କ ପାଇଁ ଏହି ସୁନ୍ଦର କଥାଟିଏ ଶେଷ ପର୍ଯ୍ୟନ୍ତ ଟିକେ ମନ ଦେଇ ଦେଖନ୍ତୁ |ଆମ ଜହ୍ନ ମାମୁ ସରଗ ଶଶୀ ଭାରତ ସହିତ ଭାରତ ସହିତ ସମ୍ପର୍କ ବେଶୀ |ବିକ୍ରମ ଯାଇଛି ମାମୁଁ ଘରକୁ ବୁଲିବ ସେଠାରେ ମନ ଇଛାକୁ |ପ୍ରଜ୍ଞାନ ଯାଇଛି ସାଙ୍ଗରେ ତାର ଫୋଟ ଉଠାଇବ ଥରକୁ ଥର |ମାମୁଁ ଘରେ ମାଇଁ ଅଛି କି ନାହିଁ ଖବର ବୁଝିବେ ସେ ଦୁଇ ଭାଇ |ଜଣେ ବୁଦ୍ଧିଆକୁ ଜଣେ ବଳୁଆ ପ୍ରଜ୍ଞାନ ବିକ୍ରମ ଜଗା ବଳିଆ |

ବୁଲିବେ ମାମୁଁର ଘର ଦ୍ୱାର ବାରି ବଗିଚା କି ଅଛି ସେଠାର |କଠିନ ମାଟି କି ଅବା ନରମ ଜଳବାୟୁ ଥଣ୍ଡା କିବା ଗରମ |ଠେକୁଆ ଅଛି କି ମାଇଁ ଙ୍କ ଘରେ ଅବା କେଉଁ ଜୀବ ଅଛି ସେଠାରେ |ମାଟି ତଳେ ମାମୁଁ ରଖିଚ କିସ ସୁନା ହୀରା ଲୀଳା ଅବା ପିୟୁଷ |ଭଣଜା ହାତରେ ଦେବ ପଠାଇ ସାଙ୍ଗରେ ତ ଗାଡ଼ି ନେଇଛି ସେହି |

ତମ ପଟେ ଖରା ବର୍ଷା ଶୀତ ଏବେ କୋଉ ପାଗ କହିଦେବ ତ |ବୋଉ ଏଠି ଅଛି ତୁମେ ସେଠାରେ ଭଲ ମାମୁଁ ତମେ ଏତେ ଦୂରରେ |ଜହ୍ନ ମାମୁଁ ବୋଲି ହୁଇ ପଡ଼ିଛି ଭଣଜାକୁ ଛାଡ଼ି ମାମୁଁ ବୁଲୁଚି |ପଚାରୁନି ପୁଅ କେମିତି ଅଛ ଭଉଣୀ କଥା ତ ଭୁଲି ଯାଇଛ |ଦୁହିତା ସମ୍ପତି ଭାଗ ବୋଉର ଚନ୍ଦ୍ର ମଣ୍ଡଳ ତ ଆମ ଅଜାର |ସେକଥା ତୁମେ କି ପାଶୋରି ଅଛ ଭଣଜା ମାନଙ୍କୁ ଭୁଲି ଯାଇଛ |

ଆମେ ଭୁଲି ନାହୁଁ ମାମୁଁ ତୁମକୁ ଆଜି ଗଲୁ ତେଣୁ ତୁମ ଘରକୁ |ଭଣଜାଙ୍କ ଭଲ ମନ୍ଦ ବୁଝିବ ତୁମ ଘର କଥା ସବୁ ଲେଖିବି |ଇସ୍ରୋ ଡାକ ଘର ଆମ ଠିକଣା ଉଡୁଥିବ ସେଠି ତ୍ରିରଙ୍ଗା ବାନା |ଯଦି ଆପଣ ଜଣେ ସଚ୍ଚା ଭାରତୀୟ ତେବେ ଏହାକୁ ଲାଇକ କରନ୍ତୁ ଏବଂ ସେୟାର କରନ୍ତୁ |

Leave a Reply

Your email address will not be published. Required fields are marked *