ନମସ୍କାର ଦର୍ଶକବନ୍ଧୁ ଚନ୍ଦ୍ରାୟନ-3 ପାଇଁ ରୋହିତ ,ବିରାଟ ଏବଂ ଅନ୍ୟ କ୍ରିକେଟର ମାନେ ଦେଲେ ଶୁଭ କାମନା ଆସନ୍ତୁ ଜାଣିବା କିଏ କଣ କହିଲେ ଚନ୍ଦ୍ର ପୃଷ୍ଟରେ ଚନ୍ଦ୍ରାୟନ-3 ଅବତରଣ ପରେ ଭାରତୀୟ ଖେଳାଳି ନିଜର ଭାବନା ପ୍ରକାଶ କରି ନିଜର ଦେଶ ବାସୀ ଏବଂ ଇସ୍ରୋ କୁ ଅଭିନନ୍ଦନ ଜଣାଇଛନ୍ତି |ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଠାରୁ ବିରାଟ କୋହଲି ପର୍ଯ୍ୟନ୍ତ ଅନେକ ଷ୍ଟାର ଖେଳାଳି ଗର୍ବର ମୁହୁର୍ତରେ ଖୁସି ବ୍ୟକ୍ତ କରିଛନ୍ତି |
ରୋହିତ ଶର୍ମା ଟୁଇଟ କରି କହିଛନ୍ତି ଯେ ପ୍ରଥମ ଦେଶ ଯିଏ କି ଚନ୍ଦ୍ରର ସାଉଥ ପୋଲରେ ପହଁଚିବା ପାଇଁ ସଫଳ ହୋଇଛନ୍ତି |ଏହି ପ୍ରୟାସ ପାଇଁ ଇସ୍ରୋ ଙ୍କୁ ବହୁତ ବହୁତ ଅଭିନନ୍ଦନ ଏଥି ସହିତ ପୂର୍ବତନ ଅଧିନାୟକ ବିରାଟ କୋହଲି ଲେଖିଛନ୍ତି ଯେ ଚନ୍ଦ୍ରାୟନ -3 କୁ ଅନେକ ଅନେକ ଅଭିନନ୍ଦନ ଆପଣ ଦେଶକୁ ଗର୍ବିତ କରିଛନ୍ତି ଜୟ ହିନ୍ଦ |
ଚନ୍ଦ୍ରୟାନ ସଫଳତା ଉପରେ BCCI ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଅଭିନନ୍ଦନ ଜଣାଇଛି |ଏହା ବ୍ୟତୀତ ଯଶପ୍ରୀତ ବୁମରାହା ଙ୍କ ଅଧିନାୟକ ତ୍ବ ରେ ଆୟାରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଚନ୍ଦ୍ରୟାନ ସଫଳତାର ଲାଇଫ ଟେଲିକଷ୍ଟ ଦେଖିଛନ୍ତି ଭାରତର କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଲେଖିଛି ଯେ ଭାରତର ଇତିହାସ ସୃଷ୍ଟି ହୋଇଛି ମିଶନ ସଫଳ ହୋଇଛି |
ସମସ୍ତଙ୍କୁ ଅଭିନନ୍ଦନ ଏହା ଏକ ଅବିସ୍ମରଣୀୟ ମୁହୁର୍ତ୍ତ ଯାହା ଭାରତ ପାଇଁ ସ୍ମରଣୀୟ ହୋଇ ରହିଯିବ ଇସ୍ରୋ ଙ୍କୁ ହାର୍ଦିକ ଅଭିନନ୍ଦନ ଏକ ଉଲେଖନୀୟ ସଫଳତା ଯାହା ଆମର ନିରନ୍ତର ପ୍ରତିବଧକ ଏବଂ ଅସାଧାରଣ ସଫଳତା ଭାବରେ ଯାହା ଆମକୁ ପ୍ରେରଣାରେ ଭରିଦିଏ |