ମେଷ ରାଶି -କୋର୍ଟ ମାମଲେରା ସଫଳତା ମିଳିବ । ମହିଳା ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଦକ୍ଷତା ବୃଦ୍ଧି ପାଇବ । ବିଭିନ୍ନ ସମସ୍ୟାରୁ ମୁକ୍ତ ହେବେ । ପାରିବାରିକ ବୁଝାବଣା ରହିବ । ରାଜନୈତିକ କ୍ଷେତ୍ରରେ ଶୁଭଖବର ମିଳିବା ସହ ମନ ଖୁସି ରହିବ ।
ବୃଷ ରାଶି -ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ମନ ବଳାଇବେ । ଜୀବନରେ କିଛି ନୂଆ ସଂକେତ ମିଳିପାରେ । ଅଫିସ୍ କାମରେ ବ୍ୟସ୍ତ ରହିବେ । ନୂଆ ବନ୍ଧୁ ହେବେ । ରାଜନିତିରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବ୍ୟବସାୟୀ ମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ।
ମିଥୁନ ରାଶି -ପ୍ରେମିକା-ପ୍ରେମିକ ମାନଙ୍କୁ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଚାକିରିକୁ ନେଇ ମନ ଅସ୍ଥିର ରହିବ । ନିଜ କ୍ରୋଧକୁ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ଦୀର୍ଘଦିନ ହେବା ଲାଗିରହିଥିବା ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ ।
କର୍କଟ ରାଶି -ଅଷ୍ଟମସ୍ଥ ଶନି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅବସ୍ଥା ଭଲ ନ ହେଲେ ମଧ୍ୟ ମନ୍ଦ ହେବ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ସିଂହ ରାଶି -ରାଶିରେ ରବି ଓ ବୁଧଙ୍କ ଯୋଗ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ଆଜି ପୁଣି ଯୋଡିହୋଇଯିବ। କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି।
କନ୍ୟା ରାଶି -ଆୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ନୂଆ ଜମି, ବାହନ କ୍ରୟ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ପାଇବେ । ମନ ଭଲ ରହିବ ।ସାଂସ୍କୃତିକ, ରାଜନୈତିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ତୁଳା ରାଶି -ଯାହାକୁ ଯାହା କହିବାକୁ ଚିନ୍ତା କରୁଥିଲେ ମଧ୍ୟ କହି ପାରିବେ ନାହିଁ। ଚନ୍ଦ୍ର ସହ କେତୁଙ୍କ ଯୋଗୁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ ମଧ୍ୟ କରିପାରିବେନି। ବନ୍ଧୁ କିମ୍ବା ସହକର୍ମୀଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନୈରାଶ୍ୟଜନକ ସ୍ଥିତି ଲାଗିରହିବ।
ବିଛା ରାଶି -ଆତ୍ମୀୟ ସ୍ବଜନମାନଙ୍କ ଅନାଦର ଭାବ ଓ ବେଖାତିର କଥାର ସମୀକ୍ଷା କରିବେ। ଅସଜଡ଼ା ପରିବାରକୁ ସଜାଡ଼ିବା ସକାଶେ ଦୁଶ୍ଚିନ୍ତା ମଧ୍ୟ ଲାଗିରହିବ। କର୍ମସ୍ଥାନରେ ରବି ଓ ବୁଧ ଥିବାରୁ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭକରିବାକୁ ମନସ୍ଥ କରିବେ। ବ୍ୟବସାୟ, ବାଣିଜ୍ୟ ଏକ ପ୍ରକାର ଚଳନୀୟ ରହିବ।
ଧନୁ ରାଶି -ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।
ମକର ରାଶି -ଆଜିର ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାର୍ଯ୍ୟ, ଆଲୋଚନା, ସଭାସମିତି ପ୍ରଭୃତିରୁ ସନ୍ତୋଷଜନକ ଫଳ ପାଇବେ। ବଳହୀନ ମଙ୍ଗଳଙ୍କ କୁପ୍ରଭାବରୁ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଦ୍ୱିଗୁଣିତ ହୋଇପାରେ। ଦୀର୍ଘ ଦିନର ବକେୟା ଅର୍ଥ ବନ୍ଧୁଙ୍କ ସହାୟତାରେ ଆଜି ପ୍ରାପ୍ତ ହେବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ହଟିଯିବ।
କୁମ୍ଭ ରାଶି -ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିବେ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିବେ।
ମୀନ ରାଶି -ଆଜି ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । ଧର୍ଯ୍ୟ ରଖି କାର୍ଯ୍ୟ କଲେ ଶୁଭଫଳ ପାଇବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ପୂଜାପାଠରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।କୌଣସି ଆନୁଷ୍ଠାନିକ ଉତ୍ସବାରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।