ନମସ୍କାର ଦର୍ଶକ ବନ୍ଧୁ ଆସନ୍ତୁ ଆଜି ଜିଣିବା ଆଚାର୍ଯ୍ୟ ଚାଣକ୍ୟ କହିଥିବା କୁକୁଡ଼ାର 4ଟି ଗୁଣ ବିଷୟରେ, ଯାହାକୁ ଧାରଣ କରିବା ଦ୍ୱାରା ଆପଣ ଜୀବନରେ ନିଶ୍ଚୟ ସଫଳତା ଲାଭ କରିବେ | ଆଚାର୍ଯ୍ୟ ଚାଣକ୍ୟ ବହୁତ ଚତୁର ଓ ଜ୍ଞାନୀ ଥିଲେ, ସେ କୁକୁଡ଼ାର ଏହି 4ଟି ଗୁଣ କୁ ବହୁତ ଚତୁରତା ର ସହ ବର୍ଣ୍ଣନା କରିଛନ୍ତି | ତେବେ ଆସନ୍ତୁ ଜାଣିବ କୁକୁଡ଼ାର ଚତୁରତା ବିଷୟରେ ଯାହା ଆମ ମାନଙ୍କୁ ଧାରଣ କରିବା ନିହାତି ଆବଶ୍ୟକ |
ଆସନ୍ତୁ ଜାଣିବା ପ୍ରଥମ ଗୁଣ ବିଷୟରେ ପ୍ରଥମେ ହେଉଛି ଉଚିତ ସମୟରେ ଉଠିବା, ଫ୍ରେଣ୍ଡ୍ସ ଆପଣ ମାନେ ଜାଣିଥିବେ କୁକୁଡ଼ା ଏକ ଏପରି ପକ୍ଷୀ ଅଟେ ଯିଏ ଉଚିତ ସମୟରେ ଉଠିଥାଏ ଏବଂ ସମସ୍ତ ସଂସାରକୁ ଉଠାଇବାକୁ ଚେଷ୍ଟା କରିଥାଏ | କୁକୁଡ଼ା ପାଖରେ ପ୍ରକାଶର ସୂକ୍ଷ୍ମ କିରଣକୁ ଚିହ୍ନିବାର କ୍ଷମତା ଥାଏ ଓ ଯେତେବେଳେ ତାକୁ ସେହି କିରଣର ଆଭାସ ମିଳିଥାଏ ସେ ସଖାଳୁ ସଖାଳୁ ଡାକ ଦିଏ | ସେହିପରି ମଣିଷ ମାନଙ୍କୁ ବ୍ରହ୍ମ ମୁହୁର୍ତ୍ତ ରୁ ଉଠି ଈଶ୍ୱର ଙ୍କ ଆରାଧନା କରିବା ନିହାତି ଆବଶ୍ୟକ | ସୂର୍ଯ୍ୟ ଦେବତାଙ୍କ ଆସିବା ପୂର୍ବରୁ ସ୍ନାନ ଆଦି ନିତ୍ୟକର୍ମ କରିବା ସାରି ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଆବଶ୍ୟକ |
ଯାହା ଫଳରେ ସୂର୍ଯ୍ୟ ଦେବତାଙ୍କର ସଖାଳରେ କୋମଳ କିରଣ ଆପଣଙ୍କ ଶରୀରରେ ବିରାଜମାନ କରିଥାଏ | ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ସୂର୍ଯ୍ୟ କିରଣ ଅପାଙ୍କ ହାଡ଼କୁ ଶକ୍ତ ଓ ମଜବୁତ କରିଥାଏ ବ୍ରହ୍ମ ମୁହୁର୍ତ୍ତ ରୁ ଉଠିବା କାରଣରୁ ଆପଣଙ୍କ ମନ ସାର ଦିନ ପ୍ରସନ୍ନ ରହିଥାଏ ଏବଂ ଅନେକ ସାଂସାରିକ କାର୍ଯ୍ୟରେ ଆପଣଙ୍କ ମନ ଭଲ ଭାବରେ ଲାଗିଥାଏ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ଅଟେ ବ୍ରହ୍ମ ମୁହୂର୍ତ୍ତରେ ଉଠି ପାଠ ପଢିବା ଦ୍ୱାରା ପାଠ ସହଜରେ ମନେ ରହିଥାଏ ଯାହାକି ଆପଣ ସହଜରେ ଭୁଲି ନଥାନ୍ତି |
ଦ୍ୱିତୀୟ ଗୁଣ ହେଉଛି ସମ୍ପତ୍ତିର ସଠିକ ଭାବରେ ବଣ୍ଟନ କରିବା କୁକୁଡ଼ା ଏକ ଏପରି ପକ୍ଷୀ ଯାହାକି ଭୋଜନକୁ ଛଡ଼ାଇ ଖାଇବା ବା ନେଇକି ସାଇତିକି ରଖିବା ଏପରି ଗୁଣ କୁକୁଡ଼ା ପାଖରେ ନଥାଏ ସେହିପରି ମନୁଷ୍ୟ ମାନଙ୍କ ସମ୍ପତ୍ତି ତାଙ୍କ ସମ୍ପର୍କୀୟଙ୍କ ସାଥିରେ ଉଚିତ ଭାବରେ ବଣ୍ଟନ କରିବା ଉଚିତ ଯେତିକି ନିଜର ହୋଇଥିବା ସେତିକି ନେବା ଉଚିତ ନଚେତ ଭବିଷ୍ୟତରେ ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିପାରେ ଯେପରି ମହାଭାରତ ରୁ ଆମେ ସମସ୍ତେ ଶୁଣିଛନ୍ତି ଦୁର୍ଯ୍ୟୋଧନ ନିଜର ସମ୍ପତ୍ତିକୁ ଭାଇ ମାନଙ୍କ ପାଖରେ ସମାନ ଭାବରେ ବାଣ୍ଟିବା ପାଇଁ ପ୍ରସ୍ତୁତ ନଥିଲା ଏବଂ ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଧର୍ମରାଜ ଯୁଧିଷ୍ଠିର ଯୁଦ୍ଧରେ ସମ୍ପୂର୍ଣ୍ଣ କୌରଵ ଙ୍କର ଅନ୍ତ କରିଥିଲେ ଏବଂ କୌରଵ ବଂଶ ସମ୍ପୂର୍ଣ୍ଣ ନିପାତ ହୋଇ ଯାଇଥିଲା
ଏଥିପାଇଁ ପିତୃ ପୁରୁଷଙ୍କ ସମ୍ପତିକୁ ନିଜ ଭାଇ ମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ବାଣ୍ଟିବା ଉଚିତ |ତୃତୀୟରେ ନିଜ ହକ ପାଇଁ ଲଢ଼ିବା ଯାହା ଆମେ କୁକୁଡା ଠାରୁ ଶିଖି ପାରିବା କୁକୁଡ଼ା ନିଜ ଭୋଜନର ଅଧିକାର ପାଇଁ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ଯାଇଥାଏ କେହି ଯଦି ତାର ଭୋଜନ ଛଡ଼ାଇ ନେଇଯାଏ ତାହେଲେ ସେ ଆକ୍ରମଣ ସୌରୁପ ଧାରଣ କରିଥାଏ ଏଥିପାଇଁ ସର୍ବଦା ସାହସୀ ହେବ ଆବଶ୍ୟକ |
ଚତୁର୍ଥରେ ରହିଛି ପରିଶ୍ରମ କରି ଉନ୍ନତି କରନ୍ତୁ ଏହା ଆମେ କୁକୁଡ଼ା ଠାରୁ ଶିଖି ପାରିବା ଯେତିକି ଦିଆଯାଇଥିବ ସେତିକିରେ ସନ୍ତୁଷ୍ଟ ନହୋଇ କୁକୁଡ଼ା ଏପଟ ସେପଟ ହୋଇ ଖାଦ୍ୟ ସଂଗ୍ରହ କରିଥାଏ ଏବଂ ସେ ନିଜେ ହିଁ ସେହି ଭୋଜନର ଲାଭ ଉଠାଇଥାଏ ଏହାର ଉଦାହରଣ ଆମେ ମହାଭାରତରେ ମଧ୍ୟ ପାଇଥାଉ |