ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ବହୁତ ବଡ଼ ସୂଚନା ନୂଆ ଅପଡେଟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା ତେବେ 15 ଜିଲ୍ଲାକୁ ସତର୍କ ସୂଚନା ଏନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି |
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟୁଇଟରୁ ଏହି ସୂଚନା ମିଳିଛି ତେବେ ବର୍ଷା ଏବଂ ଘଡ଼ଘଡ଼ି ନେଇ ରାଜ୍ୟର 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଏହି ଜିଲ୍ଲା ଗୁଡ଼ିକ ହେଲା |
ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ସମ୍ବଲପୁର ଦେବଗଡ଼ ,ଅନୁଗୁଳ ,ଢେଙ୍କାନାଳ ,କେଉଁଝର ,ମୟୁରଭଞ୍ଜ ,ବୌଦ୍ଧ ,କଳାହାଣ୍ଡି ,କନ୍ଧମାଳ ,ବାଲେଶ୍ୱର ,ଗଜପତି ଏବଂ ଗଂଜାମ |ତେବେ ଗତକାଲି ଭୁବନେଶ୍ୱର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ଲାଗି ରହିଥିଲା |ରାଜ୍ୟରେ ଅନ୍ୟ ଅଞ୍ଚଳରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା
ତେବେ ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନ କହିଛି |ଅନ୍ୟପକ୍ଷେ ଚଳିତ ମୌସୁମୀ ଋତୁରେ ଜୁନ 1 ତାରିକରୁ ଅଗଷ୍ଟ 22 ତାରିକ ସୁଦ୍ଧା ରାଜ୍ୟରେ 743.8 ମିଲିମିଟର ବର୍ଷା ରେକର୍ଡ ହୋଇଛି ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା 822.9 ମିଲିମିଟର ରହିଥାଏ |ଏଣୁ 18 ଟି ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି |