ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ବହୁତ ବଡ଼ ଖବର ସାମ୍ନାକୁ ଆସିଛି ବର୍ତ୍ତମାନ ଯାହା ସୂଚନା ମିଳିଛି ଆସନ୍ତା 25 ତାରିକ ବେଳକୁ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ ତେବେ 23 ତାରିକରୁ ବଢିପାରେ ବର୍ଷା ସୂଚନା ଅନୁସାରେ ବର୍ଷାର ପରିମାଣ ବଢିବା ପରେ କିଛି କିଛି ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ କିଛି ଅଞ୍ଚଳରେ 40 ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି |କେଉଁ ଅଞ୍ଚଳକୁ କେତେ ମାତ୍ରାରେ ବିପଦ ରହିଛି ତେବେ ଏନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |
ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଖରା ବର୍ଷାର ଲୁଚକାଳି ଭିତରେ 23 ତାରିକରେ ଆସୁଛି ବଡ଼ ବର୍ଷା ଗତ କାଲି ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର |ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବା ନେଇ କିଛି ସ୍ଥାନରେ 70 ରୁ 110 ମିଲିମିଟର ବର୍ଷା ନେଇ ଆକଳନ କରାଯାଉଛି |
ତେବେ 25 ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ 17 ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ଏବେ ବର୍ତ୍ତମାନ ସିଜିନରେ ମଧ୍ୟ ବର୍ଷା ମୌସୁମୀ ସିଜିନ ରେ 8 ପ୍ରତିଶତ ନିୟନ୍ତ୍ରିତ ବର୍ଷା ଭାବରେ ରେକର୍ଡ କରାଯାଇଛି ଦକ୍ଷିଣ ଉପକୂଳରେ ମଧ୍ୟ ସ୍ଥିତି ଉତ୍କଣ୍ଠ ରହିଛି|
ସାରା ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ହୋଉଛି ତ କେଉଁଠି ରାଜ କରୁଛି ଗରମର ଗୁଳୁଗୁଳି ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ |ସମ୍ଭାବ୍ୟ ଘୁର୍ଣ୍ଣିବଳୟ ପ୍ରଭାବରେ ବଦଳିବ ବାୟୁର ଚଳ ପ୍ରଚଳ ପ୍ରକ୍ରିୟା |