ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସିଲା ନୂଆ ଅପଡେଟ ଲଘୁଚାପ ପଛକୁ ଲାଗିଛି ଖାଲି ଳଘୁଚାପ ରାଜ୍ୟରେ କାଚୁଛି ପ୍ରବଳ ବର୍ଷା ଆସୁଛି ଆଉ ଦୁଇଟି ଲଘୁଚାପ 23 ଏବଂ 25 ତରିକକୁ ସାବଧାନ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ତତ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ ଏହା ଆଗାମୀ ଦୁଇରୁ ତିନି ଯାଏ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡିଶା ଏବଂ ଛତିଶଗଡ଼ ମୁହାଁଇବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ରାଜଧାନୀରେ ଗତ କାଲି ରାତିରୁ ଭୀଷଣ ବର୍ଷା ଜାରି ରହିଛି ତେବେ ଆଜି ସକାଳ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ଅନ୍ୟପଟେ ଆସନ୍ତା 23 ଏବଂ 25 ତାରିକ ବେଳକୁ ଆଉ ଦୁଇଟି ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରା ଯାଇଛି ଆଉ 23 ତାରିକରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ନେଇ ସମ୍ଭାବନା ନେଇଛି |
ତେବେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି |ତେବେ ଗତ 24 ଘଣ୍ଟାରେ ଜଟଣୀରେ ସର୍ବାଧିକ 88 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଟଣୀ ସହିତ ହୀରାକୁଦରେ 87.8 ମିଲିମିଟର ,ନବରଙ୍ଗପୁରରେ 81 ମିଲିମିଟର ,କେଉଁଝରରେ 70.9 ମିଲିମିଟର ,ପୁରୀରେ 69.6 ମିଲିମିଟର ,ଭୁବନେଶ୍ୱରରେ 23.8 ମିଲିମିଟର ,ଟିଟିଲାଗଡ଼ରେ 60.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |
ସେହିପରି ଗତକାଲି ସକାଳ 8 ଟା 30 ରୁ ଆଜି ସକାଳ 5 ଟା 30 ସୁଦ୍ଧା ହୋଇଥିବା ରେକର୍ଡ ମୁତାବକ ପୁରୀରେ ସର୍ବାଧିକ 66.2 ମିଲିମିଟର ,ଭୁବନେଶ୍ୱରରେ 57.6 ମିଲିମିଟର ,ବାଲେଶ୍ୱରରେ 42.6 ମିଲିମିଟର ,ପାରାଦୀପରେ 54.7 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା |
ତେବେ ଲଘୁଚାପ ପ୍ରଭାବରେ 40 ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ତଳିଆ ଅଞ୍ଚଳରେ ପାଣି ଜମିବା ସମସ୍ୟା ଉପୁଜିବା ସହିତ କଚାଘର ମାଟି ରାସ୍ତା କ୍ଷତିଗ୍ରସ୍ତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି |