ମେଷ ରାଶି -ଆଜି ପ୍ରତ୍ୟେକ କ୍ଷେତ୍ରରେ କଡ଼ା କଥା କହି ଅପ୍ରିୟତା କିମ୍ବା କଳହଜନିତ ଅଶାନ୍ତିର ସମ୍ଭାବନା ରହିଛି। ଦ୍ୱିଜା ନକ୍ଷତ୍ର ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକପ୍ରକାର କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ ରାଶି -ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିପାରନ୍ତି । ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ ।ରୋହିଣୀ ନକ୍ଷତ୍ରର ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ |
ମିଥୁନ ରାଶି -ଆଜି ଯୁଆଡ଼େ ଯାଆନ୍ତୁନା କାହିଁକି ଖାଲି ମନମତାଣିଆ କଥା, ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। ମାତ୍ର ମୃଗଶିରା ନକ୍ଷତ୍ର ଆମତ୍ବଡ଼ିମା ପ୍ରକାଶ କରି ଉପହସିତ ହେବାକୁ ପଡ଼ିପାରେ।ଏକ ଭିନ୍ନ ପରିବେଶରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ |
କର୍କଟ ରାଶି -ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ ମଧ୍ୟ କେତେକ ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ମନ ଅସ୍ଥିର ରହିପାରେ ।ପୁଷ୍ୟା ନକ୍ଷତ୍ର ଘରକୁ ଫେରିବା ବେଳକୁ କିଛି ମନୋରଞ୍ଜନ ଜିନିଷ କ୍ରୟ କରି ଆଣିପାରନ୍ତି।
ସିଂହ ରାଶି -ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ । ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ ଓ ନିଜର ଅଭିସନ୍ଧିକୁ ପୂରା କରିବେ।ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ପୂର୍ବା ଫାଲଗୁନୀ ନକ୍ଷତ୍ର ଉପରିସ୍ଥଙ୍କୁ କୈଫିୟତ୍ ଦେବାକୁ ପଡ଼ିପାରେ।
କନ୍ୟା ରାଶି -କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ। ହସ୍ତା ନକ୍ଷତ୍ର କୌଣସି ଘଟଣାର ତର୍ଜମା କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଆକସ୍ମିକ ଆବଶ୍ୟକତା ହେତୁ ଧାର କରଜ କରି କାମ ଚଳାଇ ନେବେ। ମନପସନ୍ଦର ଜିନିଷ କିଣିବା ସକାଶେ ମନକଥା ଘରେ ପ୍ରକାଶ କରି କିଛି ଆଶ୍ୱାସନା ପାଇବେ।
ତୁଳା ରାଶି -ଅନୁକୂଳ ଗ୍ରହସ୍ଥିତି କାରଣରୁ ଯାହା ଓ ଯେପରି ଚିନ୍ତା କରୁଛନ୍ତି ଠିକ୍ ସେପରି ହେବ । ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ ।ସାମୂହିକ କାର୍ଯ୍ୟରେ ନିଜକୁ ଆଗରେ ରଖିପାରିବେ ନାହିଁ। କିନ୍ତୁ ସ୍ବାତୀ ନକ୍ଷତ୍ର ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ବିଛା ରାଶି -ଆଜିର କାମଗୁଡ଼ିକ ସମ୍ପନ୍ନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁଠାରେ ରହୁଛନ୍ତି ସେଠାରେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଅନୁରାଧା ନକ୍ଷତ୍ରର ପାରିବାରିକ ସ୍ଥିତି କେତେକାଂଶରେ ଭଲ ଦିଗକୁ ଗତି କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ଧନୁ ରାଶି -ଅତି ନିକଟତମ ବ୍ୟକ୍ତିଟି ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କରିପାରନ୍ତି ।ଅଫିସ କାମରେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ମୂଳା ନକ୍ଷତ୍ର ସକାଶେ ଆଜି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର ରାଶି -ଆଗରୁ ଦେଖାଶୁଣା ନଥିବା ଜଣେ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ଦୀର୍ଘ ମିଆଦୀ ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ ।ଧନିଷ୍ଠା ନକ୍ଷତ୍ରର କଚେରି ମାମଲା ଦୁଶ୍ଚିନ୍ତାର କାରଣ ହୋଇପାରେ।ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ଆଶଙ୍କା ରହିଛି।
କୁମ୍ଭ ରାଶି -ଆଜି ଯେଉଁ କାମରେ ହାତ ଦେବେ ସେଥିରେ ଅବଶ୍ୟ ସଫଳତା ବିଳମ୍ବରେ ପ୍ରାପ୍ତ ହେବ। ଅପରାହ୍ନରେ ନିଜର ଆମତ୍ୀୟା ଜଣେ ସାହାଯ୍ୟକାରିଣୀ ସାଜିପାରନ୍ତି। ଶତଭିଷା ନକ୍ଷତ୍ରର ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ସମସ୍ୟାକୁ ସମାଧାନ ନ କରି ପରକଥାରେ ମୁଣ୍ଡ ପୂରାନ୍ତୁ ନାହଁି।
ମୀନ ରାଶି-ସମସ୍ୟାର ସରଳ ସମାଧନ କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଉଦାରତା ଗୁଣରୁ ପ୍ରଶଂସା ପାଇବେ।ରେବତୀ ନକ୍ଷତ୍ର ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମ କରିପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେଇ କାର୍ଯ୍ୟ ହାସଲ କରିବେ।