ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଆଜି 17 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର 25 ତାରିକରେ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣି ବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ଏହାର ପ୍ରଭାବ ଆଜି ମଧ୍ୟ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି |
ଆଜି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ନେଇ ପୁର୍ବାନୁମା କରିଛି ପାଣିପାଗ ବିଭାଗ ଜିଲ୍ଲା ଗୁଡ଼ିକ ହେଉଛି କଳାହାଣ୍ଡି ,କେଉଁଝର ,କନ୍ଧମାଳ ,ସୁନ୍ଦରଗଡ଼ ,ସମ୍ବଲପୁର ,ସୋନପୁର ,ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ସେହିପରି ପ୍ରବଳ ବର୍ଷା ନେଇ କଟକ ,ବାଲେଶ୍ୱର ,ଭଦ୍ରକ ,ଖୋର୍ଦ୍ଧା ,ନୟାଗଡ଼ ,ପୁରୀ ,ଗଂଜାମ ,ଗଜପତି ,ରାୟଗଡା ,ମାଲକାନଗିରି ,କୋରାପୁଟ ,ମୟୁରଭଞ୍ଜ ,ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ସେଥିପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ |
ସେପଟେ ଆସନ୍ତା 25 ତାରିକରେ ଉତ୍ତର ବଙ୍ଗୋପ ସାଗରରେ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ତେବେ ବନ୍ଧୁଗଣ ଏହା ଥିଲା ଆଜିର ପାଣିପାଗ ଖବର |