ମେଷ ରାଶି -କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରାତ୍ମକ ଚିନ୍ତା ମନକୁ ଆସିବ ।ପାଖ ପଡ଼ୋଶୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ହିଁ ଚିନ୍ତାର ମୁଖ୍ୟ କାରଣ ହେବ। ନିଜ ଲୋକମାନଙ୍କ କାର୍ଯ୍ୟକଳାପ ଅସୁବିଧାରେ ପକାଇପାରେ।
ବୃଷ ରାଶି -ସ୍ବାର୍ଥ ହାସଲ ସକାଶେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ ।
ମିଥୁନ ରାଶି -ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିତ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ । ସାମାଜିକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ସମସ୍ୟାଗ୍ରସ୍ତ ହୋଇ ପାରନ୍ତି।
କର୍କଟ ରାଶି -ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।ଅଭାବ ନ ଥିଲେ ମଧ୍ୟ କେତେକ ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ମନ ଅସ୍ଥିର ରହିବ।
ସିଂହ ରାଶି -ଖଳ ଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ, କିନ୍ତୁ କ୍ଷତି ମଧ୍ୟ ହେବନି ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାଧିନ ଥିବା ମାମଲାରେ ଜୟଯୁକ୍ତ ହେବେ ।
କନ୍ୟା ରାଶି -ନିଜ କାମ ପଛରେ ପକାଇ ପର ପାଇଁ ହଇରାଣରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆକସ୍ମିକ ଭାବେ ବହୁ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ। ପ୍ରତିବାଦ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପୁରାତନ ବନ୍ଧୁଙ୍କ ସହ ଦର୍ଶନ ଯୋଗ।
ତୁଳା ରାଶି -ଆଜି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବେ। ଅନୁକୂଳ ଗ୍ରହସ୍ଥିତି କାରଣରୁ ଯାହା ଓ ଯେପରି ଚିନ୍ତା କରୁଛନ୍ତି ଠିକ୍ ସେପରି ହେବ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ବିଛା ରାଶି -ପାରିବାରିକ ଜୀବନ ରେ ଖୁସି ଲାଗିରହିବ । ଆୟ ବୃଦ୍ଧି ହୋଇପାରେ । ସମାଜରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ
ଧନୁ ରାଶି -ନିଜର ମାନସିକ ଅସୁସ୍ଥତା ହିଁ ସମସ୍ତ ଅସୁବିଧାର ମୂଳ କାରଣ ପାଲଟିଯିବ। ଅତି ନିକଟତମ ବ୍ୟକ୍ତିଟି ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କରିପାରନ୍ତି। କାମର ଚାପ ବୃଦ୍ଧି ପାଇବା କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।
ମକର ରାଶି -ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀ ଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ । ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ ।
କୁମ୍ଭ ରାଶି -ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ । ନିବେଶ ପାଇଁ ଦିନଟି ଭଲ ରହିଛି । ଆସନ୍ତାକାଲି ମିଶ୍ରିତ ଫଳାଫଳ ଆସିବ, କିନ୍ତୁ ସେଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ ।
ମୀନ ରାଶି -ସମସ୍ୟାର ସରଳ ସମାଧନ କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ଅନୁକୂଳ ପରିବେଶରେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ଉଦାରତା ଗୁଣରୁ ପ୍ରଶଂସା ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ଆଲୋଚନା, ସାମ୍ବାଦିକତା, ଚଳଚ୍ଚିତ୍ର ପ୍ରଭୃତିରୁ ପ୍ରଶଂସିତ ହେବାର ବହୁତ ସମ୍ଭାବନା ଅଛି।