ଭୁଲରେ ବି ନିଜ ଭାଇକୁ ବାନ୍ଧନ୍ତୁ ନାହିଁ ଏପରି Rakhi ,ଏହା ବହୁତ ଅଶୁଭ ହୋଇଥାଏ, ଭାଇର ହେଇଯିବ ଅମଙ୍ଗଳ …

ନମସ୍କାର ଦର୍ଶକବନ୍ଧୁ 30 ଅଗଷ୍ଟରେ ପାଳନ ହେବାକୁ ଯାଉଅଛି ଏହି ବର୍ଷର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ରୂପରେ ମନା ଯାଇଥାଏ |ବନ୍ଧୁଗଣ ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ବହୁତ ଗୁରତ୍ୱପୂର୍ଣ୍ଣ ମନାଯାଇଥାଏ |ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟକ ବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥାଏ ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀ ମାନଙ୍କ ପାଇଁ ପ୍ରତୀକ ମନା ଯାଇଥାଏ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ଏବଂ ସୁଖୀ ଜୀବନର କାମନା ମଧ୍ୟ କରିଥାଏ |ଏହା ଠାରୁ ଭାଇ ମାନଙ୍କ ପାଖରୁ ସୁରକ୍ଷାର ବଚନ ନେଇଥାଏ |

ଆଜି କାଲି ବଜାରରେ ରଙ୍ଗ ବେରଙ୍ଗର ରାକ୍ଷୀ ବିକ୍ରି ହେଉଛି କିନ୍ତୁ ଭଉଣୀ ମାନେ ରାକ୍ଷୀ କିଣିବା ସମୟରେ ବିଶେଷ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ରହିଛି ନଚେତ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିପାରେ |ତେବେ ଆସନ୍ତୁ ଜାଣିବା ଭଉଣୀ ମାନେ ରାକ୍ଷୀ କିଣିବା ସମୟରେ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଦରକାର |ତେବେ ଭଉଣୀ ମାନେ ଯେତେବେଳେ ରାକ୍ଷୀ କିଣୁଛନ୍ତି ତାହେଲେ ତାଙ୍କର ଏହି କଥା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଯେମିତି ରାକ୍ଷୀରେ କୌଣସି ଅଶୁଭ ଚିହ୍ନ ଯେମିତି ନଥିବ ଏବଂ ଦେବୀ ଦେବତା ଥିବା ରାକ୍ଷୀ ବାନ୍ଧିବା ଉଚିତ ନୁହେଁ |

କାରଣ ଅଧିକାଂଶ ଲୋକେ ଅଧିକ ସମୟ ପର୍ଯ୍ୟନ୍ତ ରାକ୍ଷୀ ପିନ୍ଧନ୍ତି ନାହିଁ ତେଣୁ ହୁଏତ ରାକ୍ଷୀ ହାତରୁ ପଡ଼ି ଯାଇପାରେ ଏହା ଦ୍ୱାରା ଭଗବାନଙ୍କ ଅପମାନ ହୋଇଥାଏ ଏବଂ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ ତ ଏଥିପାଇଁ ଏପରି ରାକ୍ଷୀ ଜମାରୁ କିଣନ୍ତୁ ନାହିଁ |ଯଦି ଆପଣ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଏବଂ ତାଙ୍କ ଖୁସି ଦେଖିବାକୁ ଚାହୁଁଛନ୍ତି ତାହେଲେ ଆପଣ କେବେବି ଖଣ୍ଡିତ ହୋଇଥିବା ଏବଂ କଳାରଙ୍ଗ ଥିବା ରାକ୍ଷୀ ନିଜ ଭାଇଙ୍କ ହାତରେ ବାନ୍ଧନ୍ତୁ ନାହିଁ ଏବଂ କଳାରଙ୍ଗର ରାକ୍ଷୀ ମଧ୍ୟ କିଣନ୍ତୁ ନାହିଁ |

ଭଉଣୀ ମାନେ ଭୁଲରେ ମଧ୍ୟ ଭାଇଙ୍କୁ କଳା ରାକ୍ଷୀ ବାନ୍ଧିବେ ନାହିଁ ଏହାକୁ ଅଶୁଭ ମନାଯାଏ |ଭାଇ ହାତରେ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ସର୍ବଦା ଶୁଭ ହୋଇଥାଏ ନଚେତ ଆପଣଙ୍କ ଭାଇଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିପାରେ ଏହା ସହିତ ତାଙ୍କର ସମସ୍ତ ସୁଖ ସମୃଦ୍ଧି ନଷ୍ଟ ହୋଇ ଯାଇଥାଏ ସେଥିପାଇଁ ଏପରି ରାକ୍ଷୀ ମଧ୍ୟ ଭାଇଙ୍କ ହାତରେ ଜମାରୁ ବାନ୍ଧନ୍ତୁ ନାହିଁ ମାସିକ ଧାମ ସମୟରେ ମହିଳାଙ୍କୁ ପୂଜା କରିବା କିମ୍ବା ପୂଜା ଜିନିଷ ସ୍ପର୍ଶ କରିବା ବର୍ଜିତ ଅଟେ ଏହି ସମୟରେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ନାହିଁ |

କୌଣସି ମହିଳାଙ୍କ ହାତରେ ନିଜ ଭାଇକୁ ରାକ୍ଷୀ ବାନ୍ଧି ପାରିବେ ଯଦି ଭଉଣୀ ମାନେ ରୁଦ୍ରାକ୍ଷର ରାକ୍ଷୀ ତିଆରି କରି ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତି ତେବେ ଏହାକୁ ବହୁତ ଶୁଭ ମନା ଯାଇଥାଏ ଯେତେବେଳେ ରାକ୍ଷୀ ଭାଇଙ୍କ ହାତରେ ବାନ୍ଧୁଛନ୍ତି ଖାଲି ହାତରେ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତୁ ନାହିଁ ହାତ ମୁଠିରେ କିଛି ଚାଉଳ ରଖି ରାକ୍ଷୀ ବାନ୍ଧନ୍ତୁ ତେବେ ବନ୍ଧୁଗଣ ଏହି ପରି ଭାବରେ ଆପଣ ରାକ୍ଷୀ ପୂର୍ଣ୍ଣିମା ପାଳନ କରନ୍ତୁ |

Leave a Reply

Your email address will not be published. Required fields are marked *