ବିରାଟ କୋହଲିଙ୍କ ବ୍ୟାଟିଙ୍ଗ ଫର୍ମକୁ ନେଇ ଏମିତି କିଛି କହିଲେ ଡିବିଲିୟର୍ସ ,ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଏବି ଡିଭିଲିୟର୍ସ ଙ୍କ ବଡ଼ ଭବିଷ୍ୟବାଣୀ ଭାରତ ନିଶ୍ଚିତ ଏଥର ଜିତିବ ବିଶ୍ୱକପ କିନ୍ତୁ ବିରାଟ କୋହଲିଙ୍କୁ କରିବାକୁ ପଡ଼ିବ ଏହି କାମ |ଆଇସିସି ୱାନ ଡେ ବିଶ୍ୱକପ ଅକ୍ଟୋବର 5 ରେ ଆରମ୍ଭ ହେବ ଅକ୍ଟୋବରରେ ଚେନ୍ନାଇ ଗ୍ରାଉଣ୍ଡରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ମେଗା ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ ଖେଳିବ ଏଥର ମୋଟ 10 ଟି ଦଳ ୱାନ ଡେ ବିଶ୍ୱକପରେ ଭାଗ ନେଉଛନ୍ତି ଯେଉଁଥିରେ ମ୍ୟାଚ ରାଉଣ୍ଡରେ ରବୀନ ଫର୍ମାଟରେ ଖେଳାଯିବ |

ପ୍ରତ୍ୟକ ଦଳକୁ ସମୁଦାୟ 9 ଟି ମ୍ୟାଚ ଖେଳିବାର ସୁଯୋଗ ମିଳିବ |ଟିମ ଇଣ୍ଡିଆର ଏହି ସମସ୍ତ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ଏବଂ ଏଭଳି ପରିସ୍ଥିତିରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଅଛି |ବିରାଟ କୋହଲିଙ୍କ ବିଷୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତି ଯେ |

ଯଦି ସେ ଆଗାମୀ ଦିବସୀୟ ବିଶ୍ୱକପରେ ନିଜ ଶ୍ରେଷ୍ଠ ଫର୍ମ ଦେଖାଇବାକୁ ସକ୍ଷମ ହୁଅନ୍ତି ତେବେ ଭାରତ ଟାଇଟେଲ ଜିତିବା ପାଇଁ ଏକ ବଡ଼ ସୁଯୋଗ ପାଇବ |2019ବିଶ୍ୱକପରେ ଭଲ ଫର୍ମରେ ନଜର ଆସିଥିଲେ କିନ୍ତୁ ଗୋଟେ ହେଲେ ଶତକୀୟ ଇନିଂସ ଖେଳିବାରେ ସଫଳ ହୋଇ ନଥିଲେ |

କୋହଲି ଏପର୍ଯ୍ୟନ୍ତ ଭାରତ ପାଇଁ ତିନୋଟି ୱାନ ଦେ ବିଶ୍ୱକପ ଖେଳିଛନ୍ତି ଯେଉଁଥିରେ ସେ 26 ଟି ମ୍ୟାଚରେ ହାରାହାରି 46.82 ରେ ମୋଟ 1130 ରନ ସଂଗ୍ରହ କରିଛନ୍ତି ଏହି ସମୟ ମଧ୍ୟରେ କୋହଲି ଏକ ବ୍ୟାଟରୁ ଦୁଇଟି ଶତକ ଏବଂ 6 ଟି ଅର୍ଦ୍ଧ ଶତକୀୟ ଇନିଂସ ମଧ୍ୟ ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *