ପୂଜା ଘରେ କେଉଁ ଘଣ୍ଟି ରଖିଲେ ମାତା Lakhmi ହୋଇଥାଆନ୍ତି ପ୍ରସନ୍ନ ଘର ପାଇଁ ଶୁଭ ହୋଇଥାଏ ଜାଣନ୍ତୁ କେଉଁ ଘଣ୍ଟି ରଖିବା ଉଚିତ |

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ବହୁତ ଗୁରତ୍ୱପୂର୍ଣ୍ଣ ଅଟେ ଆଜି ଆମେ ଆପଣଙ୍କୁ କହିବୁ ଯେ ପୂଜା ଘରେ କେଉଁ ଘଣ୍ଟି ରଖିଲେ ଶୁଭ ହୋଇଥାଏ ପୂଜାରେ ଘଣ୍ଟି କଣ ପାଇଁ ବନ୍ଧା ଯାଇଥାଏ ମା ଲକ୍ଷ୍ମୀଙ୍କ ପାଖରେ ଘଣ୍ଟି ବଜେଇବା ଉଚିତ କି ନୁହେଁ ତେବେ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ବିଷୟ ବସ୍ତୁଟି କଣ ରହିଛି | ଆମେ ଯେତେବେଳେ ପୂଜା କରିଥାଉ ସେତେବେଳେ ପୂଜାରେ ପ୍ରାୟ କେତେ ଗୁଡ଼ିଏ ଜିନିଷର ଆବଶ୍ୟକ ଥାଏ ଯେମିତିକି ଘଣ୍ଟି ପ୍ରାୟତଃ ଆମ ସମସ୍ତଙ୍କ ଘରେ ଘଣ୍ଟି ଅଛି କାହା ପାଖରେ ଛୋଟ ଗଣ୍ଠି ତ କାହା ପାଖରେ ବଡ଼ ଘଣ୍ଟି ରହିଅଛି |

ଆସନ୍ତୁ ଜାଣିବା ଘଣ୍ଟି ଆମେ କାହିଁକି ରଖିବା ଏହାର କାରଣ ଶାସ୍ତ୍ର କଣ କହୁଛି |ଶାସ୍ତ୍ର କହିଛି ଯେ ଯେଉଁ ବ୍ୟକ୍ତି ବିଶେଷ ଭଗବାନ ଶ୍ରୀ ହରିଙ୍କୁ ପୂଜା କରିବା ପାଇଁ ପ୍ରଭୁ ଶ୍ରୀ ଜଗନାଥଙ୍କୁ ପୂଜା କରିବା ପାଇଁ ଠାକୁର ଘରେ ଘଣ୍ଟି ଏବଂ ଶଙ୍ଖକୁ ସ୍ଥାପନ କରି ନାହାଁନ୍ତି ବା ଶଙ୍ଖ ଘଣ୍ଟି ଠାକୁର ଘରେ ନାହିଁ ତାହେଲେ ତାଙ୍କର ଠାକୁର ପୂଜା କରିବା ବ୍ୟର୍ଥ ଅଟେ ସେମାନଙ୍କ ଦେବ ପୂଜା ନିରର୍ଥକ ସେମାନଙ୍କ ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ ଏଣୁ ଭଗବାନଙ୍କ ପୂଜା ପାଇଁ ଘଣ୍ଟି ରଖିବା ଆବଶ୍ୟକ ହୋଇଥାଏ |

ଆହୁରି ମଧ୍ୟ ଶାସ୍ତ୍ର କୁହନ୍ତି ଦେବତାଙ୍କୁ ଆବାହନ କରିବା ପାଇଁ ନକରାତ୍ମକ ଉର୍ଜାକୁ ନଷ୍ଟ କରିବା ପାଇଁ ଦୃଷ୍ଟ ଆତ୍ମା ମାନଙ୍କୁ ବା ଦୁଷ୍ଟ ଶକ୍ତିକୁ ବିତାଡ଼ିତ କରିବା ପାଇଁ ଘଣ୍ଟି ବଜାଇବା ଉଚିତ |ପ୍ରଥମେ ଘଣ୍ଟି ପୂଜା କରିବା ତା ପରେ ଘଣ୍ଟି ବଦନ କରିବା ଆମେ ସାଧାରଣତଃ ଘଣ୍ଟିକୁ ବାମ ହାତରେ ଧରି ବଜାଇବା ଦରକାର |ଆପଣମାନେ ଦେଖିଥିବେ ବହୁତ ସାରା ଘଣ୍ଟିର ଆଦୃତି ରହିଅଛି କେଉଁ କେଉଁ ଘଣ୍ଟିରେ ଭଗବାନ ଶ୍ରୀ ଗଣେଶ ବିରାଜମାନ ଅଛନ୍ତି ସର୍ପ ଆକୃତିର ଘଣ୍ଟି ଅଛି |

କେଉଁ କେଉଁ ଘଣ୍ଟିରେ ବିଭିନ୍ନ ପ୍ରକାର ଦେବା ଦେବୀଙ୍କ ପ୍ରତିମା ରହିଅଛି ତେଣୁ ଆମେ ଆମ ପୂଜା ଘରେ କେଉଁ ଭଳି ଘଣ୍ଟି ରଖିବା ଉଚିତ ଶାସ୍ତ୍ର କଣ କୁହନ୍ତି ସବୁ ପ୍ରକାର ଘଣ୍ଟି ଆମେ ଆମ ଘରେ ରଖିବା ଉଚିତ କି କେଉଁ ଦେବତାଙ୍କ ବିଗ୍ରହ ଆମ ପୂଜା ଘରେ ରହିଲେ ଶୁଭ ହୋଇଥାଏ |

ଶାସ୍ତ୍ରରେ କୁହନ୍ତି ନାଗରେ ଚିନ୍ହିତ ଘଣ୍ଟା ଅର୍ଥାତ ନାଗ ମାନଙ୍କ ହରି ସର୍ପ ମାନଙ୍କର ଯିଏ ଶତ୍ରୁ ସେ ହେଉଛନ୍ତି ଭଗବାନ ଶ୍ରୀ ଗରୁଡ଼ ଏଣୁ ଗରୁଡ଼ ମୂର୍ତ୍ତି ଥିବା ଘଣ୍ଟି ଘରେ ରଖିବା ଉଚିତ ବା ଯେଉଁ ଘଣ୍ଟିର ଅଗ୍ର ଭାଗରେ ଗରୁଡ଼ଙ୍କ ମୂର୍ତ୍ତି ଥିବ ସେହି ଘଣ୍ଟି ଆମେ ଆମ ପୂଜା ଘରେ ରଖି ବଜାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *