ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଯାହା ସୂଚନା ମିଳିଛି ଲଘୁଚାପ ପ୍ରଭାବରେ 7 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ତେବେ କେଉଁ ଜିଲ୍ଲାରେ କେତେ ମାତ୍ରାରେ ବର୍ଷା ରହିଛି ଆସନ୍ତୁ ଜାଣିବା |ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଗତ କାଲିର ଘୁର୍ଣ୍ଣିବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଏହା ବର୍ତ୍ତମାନ ସମୁଦ୍ର ପତନଠାରୁ ବାୟୁମଣ୍ଡଳରେ 7.6 କିମି ଉଚ୍ଚତା ଯାଇ ଘାଟି ରହିଛି ଏହି ଘୁର୍ଣ୍ଣି ବଳୟ ଦ୍ୱାରା ବଙ୍ଗୋପସାଗରର ସମାନ ଅଞ୍ଚଳରେ ଆଜି ଏବଂ ଆଜି ରାତିପର୍ଯ୍ୟନ୍ତ ଲାଗି ରହିବ ବର୍ଷା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି |
ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ରରେ ରାଜ୍ୟରେ ଜାରି ହେବା ଦ୍ୱାରା କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଯାଇଛି |ଆଞ୍ଚଳିକ ପାଣିପାଗ ବିଜ୍ଞାନ ସୂଚନା ମୁତାବକ ଆସନ୍ତା କାଲି ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି |ମାଲକାନଗିରି ,ନବରଙ୍ଗପୁର ,କଳାହାଣ୍ଡି ,କନ୍ଧମାଳ ,କୋରାପୁଟ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି |
ଏଣୁ ଏହି ସାତୋଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ସେହିଭଳି ଭାବରେ ଗଜପତି ,ଗଂଜାମ ,ରାୟଗଡ଼ା ,ଖୋର୍ଦ୍ଧା ,ପୁରୀ ,ନୟାଗଡ଼ ତା ସହିତ ବୌଦ୍ଧ ,ସୋନପୁର ,ବରଗଡ଼ ,ସମ୍ବଲପୁର ,ସୁନ୍ଦରଗଡ଼ ଏହି ସବୁ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |
ତେବେ 19 ତାରିକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ନୂଆପଡ଼ା,ବରଗଡ଼ ,ଝାରସୁଗୁଡ଼ାର ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ |
ତେବେ ପ୍ରବଳ ବର୍ଷା ଦ୍ୱାରା ମାଟି ଘର,କଚା ଘର ଏବଂ ତା ସହିତ ରାସ୍ତା ଗୁଡ଼ିକ କ୍ଷତି ହେବ ବୋଲି କୁହାଯାଇଛି |ସେହିପରି କିଛି ତଳିଆ ଅଞ୍ଚଳରେ ପାଣି ମ,ମଧ୍ୟ ଜମା ହେବାର ସମ୍ଭାବନା ରହିଛି ଏଣୁ ଚାଷ ଜମିର ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସୂଚନା ଜାରି ହୋଇଛି |