ଆଜିର ରାଶିଫଳ ଗୁରୁବାର18 ଅଗଷ୍ଟ 2023 ,କେମିତି କଟିବ ଆଜିର ଦିନ

ମେଷ ରାଶି -କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଜମା ଫୁର୍‌ସତ୍‌ ପାଇବେ ନାହିଁ। ଆଜି ଆପଣ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ପାରିବାରିକ ଅସହଯୋଗରୁ ଚାହୁଁଥିବା କାମ ହାସଲ କରିପାରିବେ ନାହିଁ।

ବୃଷ ରାଶି -ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ତ୍ୟ ଜୀବନରେ ଖୁସି ଲାଗି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ଆସନ୍ତାକାଲି ସଫଳ ହେବ ।

ମିଥୁନ ରାଶି -ଜଣେ ସମ୍ପର୍କୀୟ ସକାଳୁ କିଛି ନୂଆ ଖବର ଦେବେ, ଯାହା ଆପଣଙ୍କୁ ଅଭିଭୂତ କରିପକାଇବ। ବହୁତ ଦିନର ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି। ଦାୟିତ୍ଵବାନ୍ ହୋଇ କାମ କରିବେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ମନ ଲଗାଇବେ ।

କର୍କଟ ରାଶି -କୌଣସି ନୂତନ ଅନୁଭୂତି ଲାଭ କରି ଭାବବିଭୋର ହୋଇପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇପାରନ୍ତି ।

ସିଂହ ରାଶି -ଅନ୍ୟାନ୍ୟ ଦିଗରୁ କିଛି ଅସୁବିଧା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିବ। କର୍ମକ୍ଷେତ୍ରରେ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ପାଇଁ ଅନୁତାପ କରିବେ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

କନ୍ୟା ରାଶି -ବ୍ୟବସାୟରେ ଉନ୍ନତି ହେବ । ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେହେ । ମାନସିକ ଶାନ୍ତି ବଜାୟ ରହିବ । ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ ।ଭାବପ୍ରବଣ ବଶତଃ କିଛି ଗୁମର କଥା ପ୍ରକାଶ କରି ଅପଦସ୍ଥ ହେବେ।

ତୁଳା ରାଶି -ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିଛି । ବିବାହ ପ୍ରସ୍ତାବ ପାଇବାର ସମ୍ଭାବନା ଅଛି । ଆର୍ଥିକ ଉନ୍ନତି ହେବ । ବିଦ୍ୟାର୍ଥୀ ପାଠପଢାରେ ମନନିବେଶ କରିବେ ।

ବିଛା ରାଶି -ସମସ୍ୟା ଓ ବିବାଦୀୟ ପରିସ୍ଥିତି ମଧ୍ୟରେ ହିଁ ଆପଣଙ୍କ ଲକ୍ଷ୍ୟ ପୂରଣ ହେବ। ଯାହା ଓ ଯେତିକି ଆଶା କରୁଥିଲେ ସେହି ପରିମାଣରେ ପାଇ ପାରିବେ ନାହିଁ। ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟ ପ୍ରତିବନ୍ଧକ ଦୂରେଇଯିବ।

ଧନୁ ରାଶି -ପରିବାରରେ ଅଧିକାଂଶ ସମୟ ତର୍କ, ବିବାଦ ଓ ରାଗରୁଷାରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କଲେ ଫଳ ଓଲଟା ହୋଇଯାଇପାରେ ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ ।

ମକର ରାଶି -ଏତେ ସହଜରେ କାମ ହାସଲ ହେବାର ଆଶା ନ ଥାଇ ମଧ୍ୟ ଲକ୍ଷ୍ୟ ପ୍ରାପ୍ତି ହେତୁ ବିସ୍ମୟାଭିଭୂତ ହୋଇପାରନ୍ତି। ସମ୍ପର୍କୀୟଙ୍କ ଦ୍ୱାରା ଅଟକି ରହିଥିବା ନିର୍ମାଣାଧୀନ କାମରେ ଅଗ୍ରଗତି ଘଟିବ। ପ୍ରଶାସନିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଟଙ୍କା ବାକି ରଖିଥିବା କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି।

କୁମ୍ଭ ରାଶି -ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ । ନିବେଶ ପାଇଁ ଦିନଟି ଭଲ ରହିଛି । ଆସନ୍ତାକାଲି ମିଶ୍ରିତ ଫଳାଫଳ ଆସିବ, କିନ୍ତୁ ସେଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ ।

ମୀନ ରାଶି -ଆଜି ଦିନଟିରେ ସରଗରମ ଆଲୋଚନା କରି ନିଜ ନିଜ ସ୍ତରରେ ସମାଲୋଚିତ ହେବେ। କୌଣସି ସ୍ଥାନକୁ ଗସ୍ତ କାଳରେ ବହୁଦିନ ବ୍ୟବଧାନରେ ନିଜର ଲୋକମାନଙ୍କୁ ଦେଖି ଖୁସି ହୋଇପାରନ୍ତି। ଅନ୍ୟର ବିରୋଧରେ ଶୁଣାକଥାକୁ ବିଶ୍ୱାସକରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ସାମୟିକ ଚିନ୍ତାପ୍ରକଟ କରିପାରନ୍ତି।

Leave a Reply

Your email address will not be published. Required fields are marked *