ଯାଜପୁର ଜିଲ୍ଲା ବାରି ଅଞ୍ଚଳରେ ଆତଙ୍କ ଖେଳିଛି ମଣିଷ ଖିଆ କୁମ୍ଭୀର ଭୟବିତ୍ତ ଅବସ୍ଥାରେ ସ୍ଥାନୀୟ ଲୋକ ବରୀ ବ୍ଲକ ଅନ୍ତର୍ଗତ ପାଟପୁର ଅଞ୍ଚଳର ଜୋସନା ନାମକ ଜଣେ ମହିଳା ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ ଆଉ ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା |
ଏନେଇ ଗ୍ରାମବାସୀ ଅଗ୍ନିସମବାହିନୀଙ୍କୁ ପୋଲିସ ଓ ଓ଼ଡ୍ରପ ଟିମକୁ ଖବର ଦେଇଥିଲେ ଅଗ୍ନିସମବାହିନୀଙ୍କୁ ପୋଲିସ ଓ ଓ଼ଡ୍ରପ ଟିମ ଘଟଣା ସ୍ଥଳରେ ପହଁଚି ଜୋସନାଙ୍କୁ ଖୋଜ ଖିଜି ଆରମ୍ଭ କରିଥିଲେ | କିଛି ସମୟ ଖୋଜା ଖୋଜି ପରେ ମହିଳାଙ୍କର ଖଣ୍ଡ ବିଖଣ୍ଡିତ ମୃ-ତ ଦେ-ହ ନଦୀରୁ ଉଦ୍ଧାର କରାଯାଇଛି |
ପୋଲିସ ମୃ-ତ ଦେ-ହ-କୁ ଉଦ୍ଧାର କରି ଵେବଛେଦ ପାଇଁ ପଠାଇଛି | ବିରୂପା ନଦୀରେ କୁମ୍ଭୀର ଥିବା ନେଇ ଅନେକ ଥର ବନ ବିଭାଗଙ୍କୁ ଅବଗତ କରାଯାଇଥିଲା କିନ୍ତୁ କୌଣସି ପଦ୍ୟାକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ଗ୍ରାମବାସୀ କହିଛନ୍ତି ଏହାରି ଭିତରେ ଏଭଳି ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି |
ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କୌଣସି ସଚେତନ କରାଯାଇନାହିଁ କି କୌଣସି ନଦୀକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇନାହିଁ ବୋଲି ଲୋକେ କହିଛନ୍ତି | ଏହି ଘଟଣାକୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି ପ୍ରଶାସନ ଏହାପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |
ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ କିଛିଦିନ ହେବ କୁମ୍ଭୀର ଆତଙ୍କ ଦେଖା ଦେଇଛି ଦୁଇମାସରେ 4ଜଣଙ୍କ ମୃ-ତୁ ହୋଇଥିବା ବେଳେ ଭୟରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା |
ଦେଖନ୍ତୁ ଭିଡ଼ିଓ-