ଆଜିର ରାଶିଫଳ 2023 ଅଗଷ୍ଟ 16 ବୁଧବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆପଣଙ୍କ ପାଇଁ ଆଦି ଦିନଟି ଖୁସିରେ କଟିବ । ବୁଦ୍ଧି ଏବଂ ବିବେକ ସହିତ ନିଷ୍ପତ୍ତି ନେଇ ଆପଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି । ଦୀର୍ଘ ସମୟ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ ।ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ।

ବୃଷ ରାଶି -ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ତ୍ୟ ଜୀବନରେ ଖୁସି ଲାଗି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ଆସନ୍ତାକାଲି ସଫଳ ହେବ ।ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀଙ୍କ ସମ୍ପର୍କ ଦିଗରୁ ଲାଭବାନ୍‌ ହେବେ।

ମିଥୁନ ରାଶି -ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ କରିପାରନ୍ତି । ବ୍ୟବସାୟରେ ବୃଦ୍ଧି ହେବ । ଦାୟିତ୍ଵବାନ୍ ହୋଇ କାମ କରିବେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ମନ ଲଗାଇବେ ।ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଅପରାହ୍ନେ ଖୁସି ରହିବ।

କର୍କଟ ରାଶି -ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇପାରନ୍ତି ।ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ।

ସିଂହ ରାଶି -ବ୍ୟବସାୟ ପ୍ରସଙ୍ଗରେ ବହୁତ୍ ସଫଳ ହେବେ । ଯୋଜନା କାର୍ଯକାରୀ ହେବ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି ସହିତ ଜଡିତ ଅନେକ ନୂତନ ବିକଳ୍ପ ଆପଣ ପାଇପାରିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ ।ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ।

କନ୍ୟା ରାଶି -ବ୍ୟବସାୟରେ ଉନ୍ନତି ହେବ । ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେହେ । ମାନସିକ ଶାନ୍ତି ବଜାୟ ରହିବ । ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ ।କର୍ମକ୍ଷେତ୍ରରେ ଅପରାହ୍ନେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।

ତୁଳା ରାଶି -ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିଛି । ବିବାହ ପ୍ରସ୍ତାବ ପାଇବାର ସମ୍ଭାବନା ଅଛି । ଆର୍ଥିକ ଉନ୍ନତି ହେବ । ବିଦ୍ୟାର୍ଥୀ ପାଠପଢାରେ ମନନିବେଶ କରିବେ ।ପରିଜନଙ୍କ ସହିତ ଆଜିର ସକାଳୁଆ ଯାତ୍ରା ଶୁଭପ୍ରଦ ହେବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।

ବିଛା ରାଶି -ବିନା କାରଣରେ ଝଗଡା ସଙ୍ଗକୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଇପାରେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

ଧନୁ ରାଶି -ଅନ୍ୟର ସରଳ କଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ। କୌଣସି ଆଗନ୍ତୁକ ଆପଣଙ୍କ ସକାଶେ ମୁଣ୍ଡବ୍ୟଥାର କାରଣ ହେବ।

ମକର ରାଶି -ଭୁଲ୍‌ବୁଝାମଣା ହେତୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।

କୁମ୍ଭ ରାଶି -ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଘରକୁ ଆଗନ୍ତୁକ ମାନଙ୍କ ସେବା ଓ ପରୋପକାରରୁ ପ୍ରଶଂସିତ ହେବେ। ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।

ମୀନ ରାଶି -ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।

Leave a Reply

Your email address will not be published. Required fields are marked *