ପାଣିପାଗ ବିଭାଗକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ,ଆଜି ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କି |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ଯାହା ବଡ଼ ଖବର ପାଣିପାଗକୁ ନେଇ ରହିଛି ଆସନ୍ତା 24 ଘଣ୍ଟା ମଧ୍ୟରେ 12 ଟି ଜିଲ୍ଲାରେ ଝଡ଼ ବର୍ଷା ଏବଂ ପନ୍ଦର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଜାରି ହୋଇଛି ହାଇ ଆଲର୍ଟ ରାଜ୍ୟରେ ମୌସମୀ ପ୍ରଭାବ ଦୁର୍ବଳ ଯୋଗୁଁ ରାଜ୍ୟ ବ୍ୟାପି ଗତ ତିନିରୁ ଚାରିଦିନ ବର୍ଷାର ପରିମାଣ କମ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଏଥିରେ ବହୁତ ପରିବର୍ତ୍ତନ ଆସିବ |

ଆଜି ଠାରୁ ରାଜ୍ୟରେ ଝଡ଼ ବର୍ଷାର ସମ୍ଭାବନା ରହୁଥିବା ବେଳେ ଏହାର ପରବର୍ତ୍ତୀ ଦୁଇ ଦିନ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ପବନ ଏବଂ ବଜ୍ରପାତର ସମ୍ଭାବନା ରହିଛି ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି |

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାଇ ଆସନ୍ତା 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ,ବଲାଙ୍ଗୀରି ,ସୋନପୁର ,ବୌଦ୍ଧ ,ଅନୁଗୁଳ ,ଦେବଗଡ଼ ,କେଉଁଝର ,ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି |

ସେହିପରି 15 ଏବଂ 16 ତାରିକରେ ମଧ୍ୟ ବାରଟି ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ ବର୍ଷାର ସମ୍ଭାବନା ରହିଥିବା ବେଳେ ଉକ୍ତ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ତେବେ 16 ତାରିକରେ ପାଗରେ ପରିବର୍ତ୍ତନ ହେବା ସହିତ ସୁନ୍ଦରଗଡ଼ ,ଦେବଗଡ଼ ,ଅନୁଗୁଳ ,ଢେଙ୍କାନାଳ ,କେଉଁଝର ,ମୟୁରଭଞ୍ଜ ,ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି |

Leave a Reply

Your email address will not be published. Required fields are marked *