ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତେବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ରହିଛି ଯାହା ଦ୍ୱାରା 15 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ତେବେ କେଉଁ ଜିଲ୍ଲାକୁ କେତେ ମାତ୍ରାରେ ବିପଦ ରହିଛି ସେନେଇ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ତେବେ ବର୍ତ୍ତମାନ ଯାହା ସୂଚନା ମିଳୁଛି |ଓଡିଶା ଉପକୂଳ ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ସକ୍ରିୟ ରହିଛି
ଅନ୍ୟ ପକ୍ଷେ ମୌସୁମୀ ନିମ୍ନ ଚାପରେଖା ଗତକାଲି ମଧ୍ୟ ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବା ତାର ମୌସୁମୀ ପ୍ରଭାବ ମଧ୍ୟ ଦୁର୍ବଳ ରହିଛି ଏବଂ ଏହା ମଧ୍ୟ ଆଜି ଉତ୍ତର ପ୍ରଦେଶର ମୌଜାବାଦ ପୁର ଏବଂ ତାହା ସହିତ ମଧ୍ୟ ପଶ୍ଚିମବଙ୍ଗର ବାଲୁରଘାଟ ରେ ପୂର୍ବ ଦିଗ ଦେଇ ମଣିପୁର ପର୍ଯ୍ୟନ୍ତ ଲମ୍ବିଛି |
ଏହାର ପ୍ରଭାବରେ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ବଜ୍ରପାତର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର |ତେବେ ଜାରି ସତର୍କତା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି ଅପରାହ୍ନ ସୁଦ୍ଧା ରାଜ୍ୟର |
ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କଟକ,କେନ୍ଦ୍ରାପଡ଼ା ,ଜଗତସିଂହ ପୁର ,ପୁରୀ ,ଖୋର୍ଦ୍ଧା ,ଗଞ୍ଜାମ,ଗଜପତି ,ଅନୁଗୁଳ ,ଢେଙ୍କାନାଳ ,କେଉଁଝର ,ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଏବଂ ପଶ୍ଚିମ ଉପକୂଳର 15 ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ଝଡ଼ ବର୍ଷା ହେବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି |
କଟକ ଏବଂ ଭୁବନେଶ୍ୱର ସ୍ଥିତି ସମେତ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତ କାଲି ଠାରୁ ଆକାଶ ମେଘାଚ୍ଛନ ରହିଥିଲା ତେବେ ଆଜି ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି |