ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆସିଲା ଆଉ କିଛି ବଡ଼ ଖବର ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ଦେଖନ୍ତୁ ଆବାସ ପାଇଁ ଜମି ପଟା ବାଧକ ଘର ତିଆରି କରୁ ପାରୁ ନାହାନ୍ତି ହିତାଧିକାରୀ ଯଦି ଆପଣ ପାଇଛନ୍ତି ଆବାସ ଯୋଜନାର ୱାର୍କ ଅର୍ଡର ତେବେ ଜାଣି ରଖନ୍ତୁ ଏବେ ଆସିଛି ଆଉ କିଛି ନୂଆ ସୂଚନା |ସବୁ ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏକ ପ୍ରହୋତ୍ସନରେ ପରିଣତ ହୋଇଛି ବର୍ଷ ବର୍ଷ ଧରି ହିତାଧିକାରୀ ମାନେ ଆବାସ ଟିଏ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଧୟାନ୍ତ ହୋଇଥିବା ବେଳେ ଯାହାକୁ କାର୍ଯ୍ୟାଦେଶ ମିଳିଛି |
ସେ ପକ୍କା ଘର କରିବା ପାଇଁ ଜମି ପଟା ନଥିବା ଯୋଗୁଁ ଘର ତିଆରି କରି ପାରୁ ନାହାଁନ୍ତି |ଜିଲ୍ଲାର 11 ଟି ବ୍ଲକରେ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ବେଳେ ଜମି ପଟାର ବ୍ୟବସ୍ଥା ଦିଗରେ ପ୍ରଶାସନ ଆଗଭର ହେଉ ନଥିବା ଦେଖିବାକୁ ମିଳିଛି |ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କୋରଡ଼ା ପଞ୍ଚାୟତରେ |
ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ତାଲିକା ପ୍ରକାଶ ପାଇବା ପରେ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କର ଖୁସି କହିଲେ ନସରେ ତେବେ କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀଙ୍କ ଘର ଆଗରେ ବାଲି କିମ୍ବା ପଥର ସବୁ ମ୍ୟାଟେରିଆଲ ମଧ୍ୟ ସାଇତିକି ରଖିଛନ୍ତି |
ହିତାଧିକାରୀ ଗୃହ ନିର୍ମାଣ ପାଇଁ ଜାଗାର ଜମି ପଟା ନଥିବା ଯୋଗୁଁ ଘର ନିର୍ମାଣ ହୋଇ ପାରୁ ନାହିଁ |ମିଳିଥିବା ସୂଚନା ଅନୁଯାଇ ଚଳିତ 2022-23 ଆର୍ଥିକ ବର୍ଷରେ ଜିଲ୍ଲାରେ କେତେକ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି ତାହାର ସଠିକ ତଥ୍ୟ ମିଳୁ ନଥିବା ବେଳେ 2021-22 ଆର୍ଥିକ ବର୍ଷରେ ରାୟଗଡ଼ା ଜିଲ୍ଲାର 26,937 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଛି |
ତେବେ ଯେଉଁ ହିତାଧିକାରୀଙ୍କ ଗୃହ ନିର୍ମାଣ କ୍ଷେତ୍ରରେ ସମସ୍ୟା ରହିଛି ତାହାର ସମାଧାନ କରାଯିବ ବୋଲି ରାୟଗଡ଼ା ବିଡ଼ିଓ ସୂଚନା ଦେଇଛନ୍ତି ତେବେ ଆବଶ୍ୟକୀୟ ଭିତ୍ତି ଭୂମି ନଥାଇ ଅନେକ ହିତାଧିକାରୀ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଉଛନ୍ତି |ଏଥିପ୍ରତି ସରକାର ଜିଲ୍ଲା ପ୍ରଶାସକ ଉଚିତ ପଦକ୍ଷେପ ନେବା ଆବଶ୍ୟକୀୟ ବୋଲି ସାଧାରଣତ ମତ ପ୍ରକାଶ ପାଇଛି |