Weather Update : ମାଡ଼ିଆସୁଛି ଲଘୁଚାପ… ୧୩ ରୁ ପ୍ରବଳ ବର୍ଷା, 14 ଜିଲ୍ଲାକୁ ଭୟଙ୍କର ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଦେଲେ ସୂଚନା, ଦେଖନ୍ତୁ ପୁରା ଖବର…

ନମସ୍କାର ଦର୍ଶକବନ୍ଧୁ ବଦଳୁଛି ପାଣିପାଗ ଆସନ୍ତା 4 ଦିନ ପୁରା ନିର୍ଘାତ ଗରମ ଗୁଳୁଗୁଳି ପରେ ଆଜି ହଟାତ ପାଣିପାଗରେ ଆସିଛି ବଡ଼ ପରିବର୍ତ୍ତନ |ଗତ କଲି 3 ଟା ବେଳରୁ ରାଜ୍ୟରେ ଝିପି ଝିପି ବର୍ଷା କେତେକ ସ୍ଥାନରେ ଲାଗିକି ରହିଛି |ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ରିପୋର୍ଟ ଅନୁସାରେ ଆସନ୍ତା 24 ଘଣ୍ଟା ପାଇଁ ରାଜ୍ୟର 14 ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି |

ଏନେଇ 14 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ |ତେବେ ଆସନ୍ତୁ ବର୍ଷା ଘଡ଼ଘଡ଼ି ପାଇଁ କେଉଁ ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ନଜର ପକାଇଦେବା |ପାଣିପାଗର ସୂଚନା ଅନୁଯାଇ ଆଜି 14 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ଜିଲ୍ଲା ଗୁଡ଼ିକ ହେଉଛି |

ମୟୁରଭଞ୍ଜ ,ବାଲେଶ୍ୱର ,କେଉଁଝର ,ଭଦ୍ରକ ,ଯାଜପୁର ,ଢେଙ୍କାନାଳ ,କେନ୍ଦ୍ରାପଡ଼ା ,କଟକ ,ଜଗସିଂହ ପୁର ,ନୟାଗଡ଼ ,ଖୋର୍ଦ୍ଧା ,ପୁରୀ ,ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି |ତେବେ ମୟୁରଭଞ୍ଜ ,ବାଲେଶ୍ୱର ଏବଂ ଭଦ୍ରକରେ ବର୍ଷାର ପରିମାଣ ସାମାନ୍ୟ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି |

ସେଥିପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ |ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରି ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦେଇ ପାଣିପାଗ ବିଭାଗ

Leave a Reply

Your email address will not be published. Required fields are marked *