ରବିବାର ଦିନ Surya ଦେବତାଙ୍କୁ ଏହି ଉପାୟରେ ଜଳ ଅର୍ପଣ କଲେ,ପୂଜା କଲେ ହୋଇଯିବେ ଧନଵାନ ଥରେ ନିଶ୍ଚୟ କରି ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆପଣମାନଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ରହିଛି ଆଜି ଆମେ ଜାଣିବା ଯେ ପ୍ରତ୍ୟକ ରବିବାର ଭଗବାନ ସୂର୍ଯ୍ୟଙ୍କୁ ଆମେ କେମିତି ପୂଜା କରିବା |ଯେହେତୁ ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ ତେଣୁ ରବିବାର ଦିନ ଆମେ ସୂର୍ଯ୍ୟଙ୍କୁ କେମିତି ପୂଜା କରିବା କଣ ରହିଛି ଏହାର ସରଳ ବିଧି ବିଧାନ ଏମିତି ସୂର୍ଯ୍ୟ ପୂଜା କରିବା ଦ୍ୱାରା ଆମ ଜନ୍ମ ଜାତକରେ ଯଦି ସୂର୍ଯ୍ୟଙ୍କର ସ୍ଥିତି ଖରାପରେ ଥାଏ ବା ଘର ଉପରେ ଯଦି ପିତୃ ଦୋଷ ରହିଥାଏ ବା ସନ୍ତାନଙ୍କ କ୍ଷେତ୍ରରେ ସମସ୍ୟା ଆସିଥାଏ ତାହା ଦୂର ହୋଇଯିବ |ଆଜିର ବିଷୟ ବସ୍ତୁ ବହୁତ ସୁନ୍ଦର ଅଟେ |

ଶାସ୍ତ୍ର କୁହନ୍ତି ଭଗବାନ ଶ୍ରୀ ହରିଙ୍କ ଅବତାର ଗ୍ରହମାନଙ୍କ ଦ୍ୱାରା ହିଁ ହୋଇଥାଏ ଅର୍ଥାତ ଗ୍ରହ ହିଁ ଭଗବାନଙ୍କ ସ୍ୱରୂପ ଯେମିତିକି ସୂର୍ଯ୍ୟଙ୍କ ଦ୍ୱାରା ଭଗବାନ ଶ୍ରୀରାମ ଙ୍କ ଅବତାର ଚନ୍ଦ୍ରମାଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ମଙ୍ଗଳ ହେଉଛନ୍ତି ନୃସିଂହଙ୍କ ଅବତାର ବୁଧ ହେଉଛନ୍ତି ବୁଧଙ୍କ ଅବତାର ବ୍ରହସ୍ପତି ମଧ୍ୟ ବାମନ ଅବତାର ଶୁକ୍ରଙ୍କ ଦ୍ୱାରା ପର୍ଶୁରାମ ଅବତାର ରାହୁଙ୍କ ଦ୍ୱାରା ବରାହ ଅବତାର ଏବଂ କେତୁଙ୍କ ଦ୍ୱାରା ମୀନ ଅବତାର ସୃଷ୍ଟି ହୋଇଛି |ଜନ୍ମ ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ଯୋଗୁଁ ଆମେ ପିତାଙ୍କ କଥା ବିଚାର କରିଥାଉ |

ତେବେ ଆସନ୍ତୁ ଜାଣିବା ପ୍ରତ୍ୟକ ରବିବାର ଭଗବାନ ସୂର୍ଯ୍ୟଙ୍କୁ କେମିତି ପୂଜା କରିବା |ଶାସ୍ତ୍ର କୁହନ୍ତି ଆରୋଗ୍ୟ ଇଛା କଲେ ସୂର୍ଯ୍ୟଙ୍କୁ ଉପାଶନ କରିବା ଉଚିତ ଅର୍ଥାତ ଭଗବାନ ସୂର୍ଯ୍ୟଙ୍କ ଠାରୁ ଆମେ ଆରୋଗ୍ୟ କାମନା କରିବା ଉଚିତ |ଯେଉଁ ବ୍ୟକ୍ତି ପ୍ରତ୍ୟକ ଦିନ ସୂର୍ଯ୍ୟଙ୍କର ଉପାଶନ କରନ୍ତି ସେହି ବ୍ୟକ୍ତିକୁ ସୁଖ ଶାନ୍ତି ସହିତ ଆୟୁ ଏବଂ ଆରୋଗ୍ୟ ପ୍ରାପ୍ତ ହୋଇଥାଏ |ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ପ୍ରସ୍ତୁତ ହେବା ସମୟରେ ସୂର୍ଯ୍ୟଙ୍କୁ ଯେଉଁ ଜଳ ସମର୍ପଣ କରିବେ |

ତମ୍ଭା ପାତ୍ରରେ ଆପଣ ଜଳ ଦେବେ ସେଥିରେ 8 ଟି ଦ୍ରବ୍ୟ ମିସାଇବେ ଯାହାକୁ ଅଷ୍ଟାଙ୍ଗ ଅର୍ଘ୍ୟ କୁହାଯାଇଥାଏ ଭବିଷ୍ୟ ପୁରାଣ କହନ୍ତି 8 ଟି ଦ୍ରବ୍ୟ କଣ ଜଳ ,କ୍ଷୀର ,କୁଶ ,ଦଧି ,ମହୁ ଏବଂ ଅଳ୍ପ କଳା ରାଶି କରବିର ପୁଷ୍ପ ଏହିଭଳି 8 ଟି ଦ୍ରବ୍ୟକୁ ଆପଣ ମିସାଇଦେବେ ଯେଉଁ ଜଳ ଆପଣ ପ୍ରସ୍ତୁତ କରିବେ ସୂର୍ଯ୍ୟଙ୍କୁ ଦେବା ପାଇଁ ଆପଣ ଗାୟତ୍ରୀ ମନ୍ତ୍ର ଦଶ ଥର ଉଚ୍ଚାରଣ କରି ଦଶଥର ପାଠ କରି ସେହି ଜଳକୁ ଅଧି ମନ୍ତ୍ରୀତ କରିଦେବେ |

ତାପରେ ଭଗବାନ ସୂର୍ଯ୍ୟଙ୍କୁ ସମର୍ପଣ କରିବେ ଯେତେବେଳେ ଆପଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ସମର୍ପଣ କରିବେ ଏହି ମନ୍ତ୍ରକୁ ଆପଣ ଟିକେ ମନେ ରଖନ୍ତୁ ମନ୍ତ୍ରଟି ହେଲା “ଓଁ ଏହି ସୂର୍ଯ୍ୟ ସହସ୍ରାଂସେ ତେଜେରଶେ ଜଗତତ୍ପତି ଅନୁକମ୍ପାୟା ମା ଭକ୍ତା ଗୃହାଣର୍ଘ୍ୟ ଦିବାକର “ଏହାକୁ ଜପ କରି ଆପଣ ସୂର୍ଯ୍ୟ ନାରାୟଣଙ୍କୁ ଜଳ ଅର୍ପଣ କରିବେ

Leave a Reply

Your email address will not be published. Required fields are marked *