ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସୁଛି ଆଉ କିଛି ବଡ଼ ଖବର ଆସନ୍ତା 16 ତାରିକରୁ ତାଲା ପଡ଼ିବ ରାଜ୍ୟର ସମସ୍ତ ସରକାର ବିଦ୍ୟାଳୟ ତେବେ ଏନେଇ ଜାରି ହେଲା ଆଉ କିଛି ନୂଆ ସୂଚନା ଆସନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଅପଡେଟ ଜାଣିବା |ଆସନ୍ତା 16 ତାରିକରୁ ତାଲା ପଡ଼ିପାରେ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଦୃଢ ଚେତାବନୀ ଦେଇଛନ୍ତି ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ |
ଖାରବେଳ ନଗର ଭୁବନେଶ୍ୱରର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ବ୍ଲକରେ ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ମାନେ ଆନ୍ଦୋଳନକୁ ଓଲ୍ହାଇବେ |ଏହି କ୍ରମରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମସ୍ତ ଶିକ୍ଷା କାର୍ଯ୍ୟ ଠାରୁ 500 ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ପ୍ରତିଭା ସଭା କରିବେ |
ତେବେ ପ୍ରାଥମିକ ଶିକ୍ଷକ କେନ୍ଦ୍ର ବିପିନ ବିହାରୀ ଦାସଙ୍କ ପୋୖରତରେ ଆୟୋଜିତ ଏହି ସଭାରେ ଶିକ୍ଷକ ମାନଙ୍କ ଛଅ ବର୍ଷର ଠିକ ନିଯୁକ୍ତିକୁ ଉଛେଦ କରିବା ସହିତ ଏକ୍ସ କ୍ୟାରିୟର କ୍ରୀଡ଼ା ଏବଂ କଳା ଶିକ୍ଷକ ମାନଙ୍କୁ ନିୟମିତ କରିବା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନ୍ସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନ ପ୍ରଚଳନ ଆଦି ଦାବି କରିଥିଲେ |
ତେବେ ଯାହାକି ବଡ଼ ଅପଡେଟ ମୁତାବକ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଆସନ୍ତା 16 ତାରିକରୁ ସମୂହ ଛୁଟିରେ ଯିବା ସହିତ ରାଜ୍ୟ ସ୍ତରରେ ହେବାକୁ ଥିବା ଆନ୍ଦୋଳନରେ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି |
ହେଲେ 16 ତାରିକରେ ସ୍କୁଲ ଛୁଟି ହେବା ନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ଜାରି ହୋଇ ନାହିଁ |ଆଉ ଯେତେବେଳେ ଛୁଟିକୁ ନେଇ ସଠିକ ଖବର ଆସିବ ଆମେ ଆପଣଙ୍କୁ ଜଣାଇ ଦେବୁ