ମେଷ ରାଶି -ଆଜି ଅ-ନାମାକ୍ଷର ବ୍ୟକ୍ତିଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ସକାଳୁ ସକାଳୁ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ ରାଶି -ବ-ନାମାକ୍ଷର ବ୍ୟକ୍ତିମାନେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ସଭାସମିତିରେ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ଉପରେ ପଡ଼ି ବନ୍ଧୁ କିଛି କହିବା କାରଣକୁ ନେଇ ପାରିବାରିକ ଅଶାନ୍ତି ଲାଗିରହିବ।
ମିଥୁନ ରାଶି -ଭାବୁଥିବେ ଗୋଟେ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ନିଜ ଇଚ୍ଛା ଅନୁଶାରେ କୌଣସି କାମ କରି ନ ପରିବାରୁ ସମାଲୋଚିତ ହେବେ। କୁ-ନାମାକ୍ଷର ବ୍ୟକ୍ତି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ।
କର୍କଟ ରାଶି -ଆଜି ଆପଣ ଦ୍ୱନ୍ଦ୍ୱରେ ପଡ଼ି କୌଣସି ଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ। ଆକସ୍ମିକ ଭାବରେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଡ-ନାମାକ୍ଷର ବ୍ୟକ୍ତିଙ୍କର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ଯୋଗ ରହିଛି।
ସିଂହ ରାଶି -ସେପରି କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ପାଇଁ ଆତ୍ମୀୟମାନେ ଆବଶ୍ୟକୀୟ ସହଯୋଗ କରିବେ। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା ରାଶି -ସେପରି କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ। କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ପାଇଁ ଆତ୍ମୀୟମାନେ ଆବଶ୍ୟକୀୟ ସହଯୋଗ କରିବେ। ଆଜିର ସକାଳୁଆ ଯାତ୍ରା ଫଳପ୍ରଦ ହେବ କିନ୍ତୁ ସାମୟିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।
ତୁଳା – ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ସମାଗମସ୍ଥ ଚନ୍ଦ୍ରଜନିତ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇପାରେ।
ବିଛା – ଯାତ୍ରାରେ ସଫଳତା ମିଳିବ କିନ୍ତୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମଭାବସ୍ଥ ଶୁକ୍ର ହେତୁ ଶିଳ୍ପ, ବାଣିଜ୍ୟ, ପରିବହନ ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ଥତା ଦୂର ହୋଇଯିବ। ପାଖ ଲୋକମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ – ରାହୁଗୁରୁ ସଂଯୋଗରୁ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା ରହିଛି। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ସୃଷ୍ଟିର ଆଶଙ୍କା ରହିଛି।
ମକର – ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟାକଲେ କେତେକାଂଶରେ ସଫଳତା ହାସଲ କରିବେ। ଶ୍ରବଣା ନକ୍ଷତ୍ରର ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ନିଜ ଲୋକମାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ଯୋଗୁ ବିଚଳିତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କୁମ୍ଭ – ପୂର୍ବ ସ୍ଥିରିକୃତ ଯୋଜନାବଦ୍ଧ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ତଥାପି ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। କର୍ମକ୍ଷେତ୍ରରେ ଫାଇଲ ସମ୍ବନ୍ଧୀୟ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି।
ମିନ – ଯେତେ ସତର୍କରେ ଚଳିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ ଲାଗିରହିବ। ଆବଶ୍ୟକତାନୁଯାୟୀ ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍ ରୋଗରେ କଷ୍ଟ ପାଇବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ।