ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ରାଜ୍ୟରେ ମୌସୁମୀ ପ୍ରଭାବ ଦୁର୍ବଳ ତେବେ 12 ଓ 13 ରେ ପ୍ରବଳ ବର୍ଷା ନେଇ ସମ୍ଭାବନା ସେପଟେ 14 ରେ ଆସୁଛି ପୁଣି ଏକ ଲଘୁଚାପ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ରାଜ୍ୟରେ ମୌସୁମୀ ପ୍ରଭାବ ଦୁର୍ବଳ ରହିଛି 12 ଓ 13 ତାରିକରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି |
ତେବେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା ,କଟକ ,ଜଗତସିଂହ ପୁର ,ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବରଗଡ଼ ,ସମ୍ବଲପୁର ,ଦେବଗଡ଼ ,ଅନୁଗୁଳ ,ଢେଙ୍କାନାଳ ,କେନ୍ଦୁଝର ,ମୟୁରଭଞ୍ଜ ,ଖୋର୍ଦ୍ଧା ଏବଂ ପୁରୀ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି |
ସେହିପରି ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡ଼ା ,କଟକ ,ଜଗତସିଂହ ପୁର ,ପୁରୀ ,ଖୋର୍ଦ୍ଧା ,ଜଗତସିଂହ ପୁର ,ନୟାଗଡ଼ ,ଗଂଜାମ ଏବଂ ଗଜପତି ମୟୁରଭଞ୍ଜ ଜିଲ୍ଲାରେ 12 ରୁ 13 ତାରିକ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ତେବେ ଭୁବନେଶ୍ୱରରେ ଆଂଶିକ ପାଗ ମେଘୁଆ ରହିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି |
ସେପଟେ ଆସନ୍ତା 14 ରେ ପୁଣି ଏକ ଲଘୁଚାପ ଦାନା ବାନ୍ଧିବା ନେଇ ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ଭାବନା ନେଇ କୁହାଯାଉଥିବା ବେଳେ ରାଜ୍ୟରେ ପୁଣି ହେବ ପ୍ରବଳ ବର୍ଷା 14 ରୁ 17 ତାରିକ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ |