ମେଷ ରାଶି -ଘରକୁ ଅତିଥି ଆସି ପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରଯାତ୍ରା କରିବାର ସୁଯୋଗ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ ।
ବୃଷ ରାଶି -ମାତା-ପିତାଙ୍କ ସହିତ ସମୟ ବିତାନ୍ତୁ । ବାକି ଦେଇଥିବା ଅର୍ଥ ଫେରିପାଇବେ । ବ୍ୟବସାୟରେ ଲାଭ ପାଇବେ । ରାଜନୀତି କରୁଥିବା ବ୍ୟକ୍ତି ସମ୍ମାନ ପାଇବେ । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଦିନଟିଏ । କୌଣସି କାରଣରୁ ମନ ଅଶାନ୍ତ ରହିବ ।
ମିଥୁନ ରାଶି -ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟୀ ମାନେ ଲାଭବାନ ହେବେ ।
କର୍କଟ ରାଶି -ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ଦିନଟିଏ । କାରଣ ଆଜି ସେମାନଙ୍କୁ ଚାକିରି ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ – ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦର ସମ୍ଭାବନା ରହିଛି। କିନ୍ତୁ କର୍ମକ୍ଷେତ୍ରରେ ବିଗତ ଦିନଗୁଡ଼ିକରୁ ରହିଥିବା ସମସ୍ୟା ସମାଧାନ ହୋଇଯିବ। ସାହିତ୍ୟ, ସାମ୍ବାଦିକତା, ଜୁଏଲାରି ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପ୍ରୁ ଖୁସି ରହିବେ।
କନ୍ୟା – ଆଜି ପାରିବାରିକ ପରିସ୍ଥିତି ଗମ୍ଭୀର ରହିପାରେ। ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରେ ଭାବପ୍ରବଣ ବଶତଃ ପ୍ରତିକ୍ରିୟା ହଠାତ୍ ପ୍ରକାଶ କରିବା ଠିକ୍ ହେବନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ବନ୍ଧୁଙ୍କୁ ପ୍ରିୟକଥା କହି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହେବେ।
ତୁଳା – ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବୁଦ୍ଧିବଳ ଖଟାଇ କାମ ହାସଲ କରିବା ଦିଗରେ ଚେଷ୍ଟିତ ହେବେ। ବନ୍ଧୁମାନଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ କମିଯାଇପାରେ।
ବିଛା – ଦୁଃସ୍ଥାନସ୍ଥ କେତୁ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇ ପରିସ୍ଥିତି ଆପଣଙ୍କୁ ନୀରବଦ୍ରଷ୍ଟା ସଜାଇଦେବ। ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ। ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ପରିବହନ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। କୌଣସି ସମସ୍ୟା ମନଟାକୁ ଗୋଳମାଳିଆ କରିଦେବ।
ଧନୁ – ଶନିଙ୍କ ସ୍ଥିତିଜନିତ ଆତ୍ମୀୟଙ୍କ ତରଫରୁ କୌଣସି ସମସ୍ୟା କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। ନୂତନ ସ୍ଥାନ ପରିଦର୍ଶନ, ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନରେ ନିଜକୁ ମଜ୍ଜାଇ ରଖିବେ। ସତ୍ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ ଅତିବାହିତ ହେବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ମକର ରାଶି -କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।
କୁମ୍ଭ – ଆଜିର ଯାତ୍ରା ଯଦିଓ ପ୍ରୀତିପ୍ରଦ ରହି ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବ ତଥାପି ସମସ୍ୟା ଲାଗି ରହିବ। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପର୍ଯ୍ୟଟନ, ପରିଭ୍ରମଣ, ଲୋକ ସମ୍ପର୍କ, ସଙ୍ଗୀତ ଓ ସାହିତ୍ୟରେ ସମସ୍ୟା ସମାଧାନ ହେବ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ ବିଶେଷ ଭାବରେ ଉପକୃତ ହେବେ।
ମୀନ ରାଶି -କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । ଆଜି କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।