ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ସୁନ୍ଦର ବିଷୟ ବସ୍ତୁ ଉପରେ କହିବାକୁ ଯାଉଛୁ ଆସନ୍ତୁ ଜାଣିବା ସେହି ବିଷୟ ବସ୍ତୁଟି କଣ ଅଟେ ଏହି ବିଷୟର ନାମ ହେଉଛି ଆପଣ ଯଦି କାହାକୁ ଭଲ ପାଉଛନ୍ତି ତେବେ ଏହା ସଚ୍ଚା ପ୍ରେମ ବୋଲି ଆପଣ କେମିତି ଜାଣିବେ ଆଜି ଆମେ ଜାଣିବା ସଚ୍ଚା ପ୍ରେମକୁ ନେଇ କଣ କହିଛନ୍ତି ମହାପୁରୁଷ ମାନେ |ଏହି ବିଷୟରେ ଏକ କାହାଣୀ ମାଧ୍ୟମରେ ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ |ପୂର୍ବ ସମୟର କଥା ଭଗବାନ ଗୌତମ ବୁଦ୍ଧ ଗୋଟିଏ ଗାଁ କୁ ଭିକ୍ଷା କରିବାକୁ ଯାଉଥିଲେ ସେହି ସମୟରେ ଗାଁ ରେ ପହଁଚିବା ପରେ ଭଗବାନ ବୁଦ୍ଧଙ୍କୁ ଅନେକ ଲୋକ ପସନ୍ଦ କରୁନଥିଲେ କିଛି ଲୋକମାନେ ତାଙ୍କୁ ଭିକ୍ଷା ଦେଉଥିଲେ |
ଆଉ କିଛି ଲୋକମାନେ ତାଙ୍କୁ ମନା କରି ଦେଉଥିଲେ ଆଉ କିଛି ଲୋକ ତାଙ୍କର ଭଲ ଖରାପ କହି ବିଦା କରି ଦେଉଥିଲେ କିନ୍ତୁ ଭଗବାନ ବୁଦ୍ଧ ସେମାନଙ୍କୁ ଏମିତି ଦେଖି ସେଠାରୁ ଚାଲି ଯାଉଥିଲେ ଫେରିବା ସମୟରେ ଭଗବାନ ବୁଦ୍ଧ ତାଙ୍କର ଜଣେ ଶିଷ୍ୟଙ୍କୁ ପ୍ରଶ୍ନ କରିଥିଲେ ଆମେ ସବୁ ମନୁଷ୍ୟ ମାନଙ୍କ ସହ ପ୍ରେମର ଭାବ ରଖିଥାଉ କିନ୍ତୁ ତା ପ୍ରତି ବଦଳରେ ଆମକୁ ଘୃଣା ଏବଂ ନିନ୍ଦା ମିଳିଥାଏ ଏହା ଶୁଣିବା ପରେ ଭଗବାନ ବୁଦ୍ଧ ଚୁପ ରହିଲେ ଓ ଚୁପଚାପ ଚାଲିବାକୁ ଲାଗିଲେ |ଏହା ପରେ କିଛି ଭିକ୍ଷକ ମାନଙ୍କୁ ଶୋଷ ଲାଗିଲା ସେମାନେ ରାସ୍ତାରେ ଗୋଟିଏ କୂଅ ଦେଖିଲେ
ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ଭିକ୍ଷୁକ କୂଅରେ ରସି ଲଗାଇ ପାତ୍ର ପକାଇଲେ ଧୀରେ ଧୀରେ ପାଣି ଟାଣିବାକୁ ଲାଗିଲେ |ପାଣି ଭରିବା ପରେ ପାତ୍ରଟି ଯେତେ ଉପରକୁ ଉଠୁ ଥାଏ ପାଣି ସେତିକି ସେତିକି ଖାଲି ହୋଇଯାଉଥାଏ ଏହି ପ୍ରକାରରେ ବାରମ୍ବାର ଚେଷ୍ଟା କରିଲେ ମଧ୍ୟ ସେମାନଙ୍କ ପରିଶ୍ରମ ବୃଥା ହୋଇ ଯାଉଥିଲା କିଛି ସମୟ ପରେ ଶିଷ୍ୟ ମାନେ ଥକା ଅନୁଭବ କରି ବସିବା ପରେ ଭଗବାନ ବୁଦ୍ଧ ଦେବ କହିଲେ ଏହି ପାତ୍ରରେ କଣ ରହିଛି |
ଯାହା ଫଳରେ ପାଣି ଆଣିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପାଣି ଆସି ପାରୁନାହିଁ କାରଣ ସେଥିରେ କଣା ଥିବା କାରଣରୁ ଯେତେ ଆଣିଲେ ମଧ୍ୟ ତାହା ଢାଳି ହୋଇଯାଉଛି |ଭଗବାନ ବୁଦ୍ଧ କହିଲେ ଏହି କାର୍ଯ୍ୟରୁ ଆମକୁ ଏହି ଶିକ୍ଷା ଲାଭ ହେଉଛି ଯେ ପ୍ରତିଫଳର ଇଛା ରହିବା କାରଣରୁ ମନୁଷ୍ୟର ସେବା ,ସାଧନା ,ପ୍ରେମ ,ପ୍ରକୃତି ସନ୍ତୋଷ ଜନକ ପରିଣାମ ଦିଏ ନାହିଁ ଦେଖିବାକୁ ଗଲେ ସେବା ସହାୟତା ପ୍ରେମ ଓ ସ୍ନେହର ଆଶା ଆମେ ଯେତିକି କରିଥାଉ କିନ୍ତୁ ତାର କୃତି ଯଦି ସେତିକି ପରିମାଣରେ ନହୁଏ |
ତେବେ ଆମେ ଦୁଖୀ ଓ ନିରାଶ ହୋଇଥାଉ ତେଣୁ ଆଶା ରଖି କୌଣସି କାର୍ଯ୍ୟ କରିଲେ ସେଥିରେ ସଫଳତା ମିଳେ ନାହିଁ ଏହା କଣା ହୋଇଥିବା ପାତ୍ରରେ ଯେମିତି ପାଣି ବାହାରି ଆସୁଥିଲା ତାହା ସହିତ ସମାନ ହୋଇଥାଏ ତେଣୁ ସଚ୍ଚା ପ୍ରେମ ନିସ୍ଵାର୍ଥ ପର ହୋଇଥାଏ |