Weather Update: ପୁଣି ଓଡିଶାକୁ ଆଉ ଏକ ଲଘୁଚାପ, କାଲିଠୁ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଦେଲେ ସୂଚନା, ଦେଖନ୍ତୁ ପୁରା ଖବର

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ପାଣିପାଗକୁ ନେଇ ଆସିଲା ବହୁତ ବଡ଼ ଖବର ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପାଣିପାଗରେ ହେବ ପୁଣି ବଡ଼ ପରିବର୍ତ୍ତନ ଆସନ୍ତା 12 ତାରିକରେ ପୁଣି ହେବ ବଡ଼ ବର୍ଷା ଓଡିଶା ଦେଖିବାକୁ ଯାଉଛି ଆଉ ଏକ ଲଘୁଚାପ |ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି ଆସନ୍ତା 12 ତାରିକ ଯାଏଁ ରାଜ୍ୟରେ ପୁଣି ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି ଅନ୍ୟପଟେ ଆଜି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ କାଲି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଆଲର୍ଟ କରାଯାଇଛି |

ତେବେ ଚାଲନ୍ତୁ ସେହି ଜିଲ୍ଲା ଗୁଡ଼କ କଣ କଣ ନଜର ପକେଇବା |ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ମୌସୁମୀର ନିମ୍ନ ଚାପରେଖା ଏହାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ଏହାର ସ୍ଥିତି ବର୍ତ୍ତମାନ ସମୟରେ ରାଜ୍ୟରେ ସବୁବେଳେ ଦୁର୍ବଳ ରହିଛି ଫଳରେ ବର୍ଷାର ପରିମାଣ ମଧ୍ୟ ହ୍ରାସ ପାଇଛି ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |

ଯାହାକି ସ୍ୱାଭାବିକ ବର୍ଷା ଠାରୁ 13.2 ମିଲିମିଟର ତୁଳନାରେ 83 ପ୍ରତିଶତ କମ ଅଟେ |ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ତେବେ ଏହି ଜିଲ୍ଲା ଗୁଡ଼ିକ ହେଉଛି |

ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର ,କଳାହାଣ୍ଡି ,କନ୍ଧମାଳ ,ନୟାଗଡ଼ ,ଗଞ୍ଜାମ ,ବାଲେଶ୍ୱର ,ମୟୁରଭଞ୍ଜ ,କେଉଁଝର ଏବଂ ସୁନ୍ଦରଗଡ଼ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ଅପର ପକ୍ଷରେ ଆସନ୍ତା 13 ତାରିକରେ ଗାଙ୍ଗେୟ ଉପତ୍ୟକା ଏବଂ ଉତ୍ତର ଓଡିଶା ଉପକୂଳରେ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି

ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଏହାର ପ୍ରଭାବରେ ରାଜ୍ୟରେ 14 ରୁ 17 ତାରିକ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *