ଆଜିର ରାଶିଫଳ 2023 ଅଗଷ୍ଟ 10 ଗୁରୁବାର ,କେମିତି କଟିବ ଆଜିର ଦିନ

ମେଷ – ଜଣେ ସତାନିଷ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେନ | ପ୍ରସନ୍ନ ବାକ୍ୟ ସଂଯୁକ୍ତ ହୋଇପାରନ୍ତି । ଜଣେ ବିବେକୀ ବ୍ୟକ୍ତିର ପରିଚୟ ସୃଷି କରିବେ | ବରିଷତା ବଜାୟ ରଖୁବେ |ପରୋପକାର କରି ଖୁସି ହେବେ ଦ୍ରବ୍ୟ ଲାଭ ଘଟିପାରେ କଥାରେ ଲୋକଙ୍କୁ ବାନ୍ଧି ରଖିବେ |

ବୃଷ – ପିଲାଳିଆ ସ୍ଵଭାବସମ୍ପନ୍ନ ହୋଇପାରନ୍ତି । ଦ୍ୟୁତକ୍ରୀଡ଼ା ପ୍ରତି ଆଗ୍ରହା ପ୍ରକାଶ କରିପାରନ୍ତି | କଥାକଥାକେ କ୍ରୋଧ ସମୁରଣ କରି ଶୃଖଳିତ ଜୀବନଯାପନ କରିପାରନ୍ତି | ସମାଜସେବାରେ ନିଜର ରୁଚି ରଖିବେ |ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଆଚରଣ କରିବେ ପିତା ମାତାଙ୍କ ନିର୍ଦେଶ ମାନି ଚଳିବେ |

ମିଥୁନ – ପ୍ରଭୂତ ବିତ୍ତର ଅଧୁକାରୀ ହୋଇପାରନ୍ତି । ବିଳାସବ୍ୟସନ ପ୍ରତି ଅନାଗହୀ ହୋଇପାରନ୍ତି | ବହୁ ସୁଖର ଅଧୂକାରୀ ହେବେ | ନୂଆ ଜମିଳମା କିଣିପାରନ୍ତି ବଡ଼ କମ୍ପାନୀରୁ ଚାକିରୀ ପାଇଁ ପ୍ରସ୍ତାବ ମିଳିବ |ଖେଳାଳି ମାନେ ଖେଳରେ ଭଲ ପ୍ରଦର୍ଶନ କରିବେ |ନିଜ ଠାରୁ ଦୂରରେ ରହିଥିବା ବ୍ୟକ୍ତିଙ୍କୁ ଆପଣ ଆଜି ମନାଇବାରେ ସଫଳ ହେବେ |

କର୍କଟ – ଦୟାଳୁ ହୋଇପାରନ୍ତି । ବିନୀତ ସ୍ଵଭାବସମ୍ପନ୍ନ ହେବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ | ପରୋପକାର ଓ ସମାଜସେବା ପ୍ରତି ଆପଣଙ୍କ ରୁଚି ଜାଗ୍ରତ ହେବାର ସମ୍ଭାବନା ଅଛି | ପରିଶ୍ରମ ମୁତାବକ ଫଳ ଆପଣଙ୍କୁ ଅବଶ୍ୟ ପ୍ରାପ୍ତ ହେବ ବ୍ୟବସାୟରେ ଅଚାନକ ଧନ ଲାଭ ହେବ |

ସିଂହ – କଳହରୁ ଅପସରି ଯାଇପାରନ୍ତି | ଶତୁ ମିତ୍ର ହୋଇପାରନ୍ତି | ନିର୍ଭୟରେ କାଯା ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ | ଧମି କାର୍ଯ୍ୟରେ ଧନ ବ୍ୟୟ କରିବେ | ସୁସ ଓ ନିରାମୟ ରହିବେ | କର୍ମଠ ହେବେ |ଆଜି ଦୂର ଯାତ୍ରାର ଯୋଗ ଆପଣଙ୍କ ବନୁଅଛି ଲଭ ଲାଇଫ ପାଇଁ ଦିନଟି ଆପଣଙ୍କ ଭଲରେ କଟିବ |

କନ୍ୟା – ଅସଫଳତାଜନିତ ମାନସିକ ଅବସାଦ ବୃଦ୍ଧି ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ। ନିମନ୍ତ୍ରଣପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ।

ତୁଳା – ପରିବାରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ କାମ ସମ୍ପୂର୍ଣ୍ଣ ହେବା କଷ୍ଟକର ହେବ। ମାନସିକ ଅସ୍ଥିରତା ହେତୁ ଛୋଟ ଛୋଟ କଥାରେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

ବିଛା – ଆଲୋଚନା ଅବସରରେ ଭାବପ୍ରବଣବଶତଃ ଓଲଟା କଥା କହିବା କାରଣରୁ ଅପଦସ୍ଥ ହେବେ। ପାରିବାରିକ ସ୍ତରରେ ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଆମତ୍ୀୟ ସ୍ବଜନମାନଙ୍କ ଅସଂଯତ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, ଗବେଷଣା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।

ଧନୁ – ଦୀର୍ଘଦିନର ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ନିଜର ପ୍ରାଧାନ୍ୟତାକୁ ଅସ୍ବୀକାର କରିବା କାରଣରୁ ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ମକର – ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ। ବନ୍ଧୁ ଓ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ବିଶ୍ୱାସର ସହିତ ପଡ଼ୋଶୀଙ୍କୁ ଘର କଥା କହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।

କୁମ୍ଭ – ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ଅସୁବିଧା ହେବ ନାହିଁ। ବନ୍ଧୁ ମେଳରେ ଗାମ୍ଭୀର୍ଯ୍ୟ ରକ୍ଷା କରି ସମାଲୋଚିତ ହେବେ। ପରିବାରରେ ଅପ୍ରିୟ ସତ୍ୟକଥା ପ୍ରକାଶ କରି ଅଯଥା କଷ୍ଟ ଅନୁଭବ କରିବେ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଅତି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି।

ମିନ – ଆଜି ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଦୂରଯାତ୍ରାର ସୁଯୋଗ ପାଇଲେ ମଧ୍ୟ ପରିସ୍ଥିତିବଶତଃ ଯିବାକୁ ଅସାମର୍ଥ୍ୟତା ପ୍ରକାଶ କରିପାରନ୍ତି। ଅଫିସ କାମରେ ବ୍ୟସ୍ତ ରହି ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କଳା ଓ ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

Leave a Reply

Your email address will not be published. Required fields are marked *