ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସିଲା ବହୁତ ବଡ଼ ସୂଚନା 14 ରୁ ପୁଣି ବଡ଼ ବର୍ଷା ପୁଣି ରାଜ୍ୟରେ 14 ରୁ 17 ତାରିକ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଏନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା ଆସନ୍ତା 14 ରୁ 17 ତାରିକ ମଧ୍ୟରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ରହିଛି ତେବେ ପ୍ରଭାବିତ ହେବ |
ଉତ୍ତର ଉପକୂଳର ଅଧିକାଂଶ ଜିଲ୍ଲା 13 ତାରିକରେ ଗାଙ୍ଗୟ ଉପତ୍ୟକା ଉତ୍ତର ଓଡିଶା ଉପକୂଳରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ତେବେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ତେବେ ଲଘୁଚାପରେ ପରିଣତ ନହେଲେ ବି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି |ଭାରତୀୟ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ
ତେବେ କିଛି ସ୍ଥାନରେ 70 ରୁ 200 ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି ସେପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଜାରି ରହିଛି ତେବେ ଆଜି ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡ଼ା ,ଗଜପତି ,ମାଲକାନଗିରି ଏବଂ କୋରାପୁଟକୁ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |
ତେବେ ରାଜ୍ୟରୁ ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ମୌସୁମୀ ନିମ୍ନ ଚାପରେଖା ଦୁର୍ବଳ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ସେପଟେ 13 ତାରିକରେ ଘୁର୍ଣ୍ଣିବଳୟ 14 ତାରିକରେ ଲଘୁଚାପ ତେବେ 14 ରୁ ପୁଣି ବଢିପାରେ ବର୍ଷାର ପରିମାଣ |