ମାଡ଼ିଆସୁଛି ଲଘୁଚାପ ଆଜି ରାତିରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା, ଏହି ସମୟରେ ଘରୁ ବାହାରନ୍ତୁ ନାହିଁ…

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସୂଚନା ଅନୁସାରେ ଆସନ୍ତା 5 ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ |ଏନେଇ ଏନେଇ କେଉଁ କେଉଁ ଜିଲ୍ଲାକୁ ଅଧିକରୁ ଅଧିକ ବର୍ଷା ହେବ ଏନେଇ ଆସନ୍ତୁ ସମ୍ପୂର୍ଣ୍ଣ ଖବର କଣ ରହିଛି ଜାଣିବା |ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି |

ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି |ଏହାର ପ୍ରଭାବରେ ଆଜି ସୁନ୍ଦରଗଡ଼ ଦେବଗଡ଼ ,ଝାରସୁଗୁଡା ,ମୟୁରଭଞ୍ଜ ,ବାଲେଶ୍ୱର ,ଭଦ୍ରକ ,ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ବୋଲି ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି |

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା କାଲି ଘଡ଼ଘଡ଼ି ବିଜୁଳି ଏବଂ ବର୍ଷା ନେଇ ଉତ୍ତର ଓଡିଶା ଏବଂ ଉପକୂଳ ଓଡ଼ିଶାରେ 6 ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି |8 ତାରିକରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇବ ବୋଲି କିଛି ସ୍ଥାନରେ ବଜ୍ରପାତ ନେଇ ପୁରୀ ,ଖୋର୍ଦ୍ଧା ,ଢେଙ୍କାନାଳ ,ମୟୁରଭଞ୍ଜ ,ଜଗତସିଂହ ପୁର ,କେନ୍ଦ୍ରାପଡା ,ଯାଜପୁର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ତେବେ ରାଜ୍ୟରେ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ |ତେବେ ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଠାରେ ସର୍ବାଧିକ 53 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ପିପିଲି ଠାରେ 48 ମିଲି ମିଟର ବର୍ଷା ରେକର୍ଡ ହୋଇଛି |

ରାୟଗଡ଼ାରେ 45 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋନପୁର ଠାରେ 43 ମିଲିମିଟର ବର୍ଷା ରେକର୍ଡ ହୋଇଛି |ସେପଟେ ମୌସୁମୀ ସିଜିନ ଜୁନ 1 ରୁ ଆଜି ପର୍ଯ୍ୟନ୍ତ 639.4 ମିଲିମିଟରର ବର୍ଷା ରେକର୍ଡ ହୋଇଥିବା ବେଳେ ଯାହା ସ୍ୱାଭାବିକ ବର୍ଷା ଠାରୁ ଦୁଇ ପ୍ରତିଶତ ଅଧିକ ରହିଛି |

Leave a Reply

Your email address will not be published. Required fields are marked *