ଜରୁରୀ ସୂଚନା School ଛାତ୍ରଛାତ୍ରୀ ଙ୍କ ପାଇଁ, ଏବେ ଏବେ ଆସିଲା ବଡ଼ ଖବର ଆସନ୍ତା 16ରୁ ସମସ୍ତ ସ୍କୁଲ ଛୁଟି ଦେଖନ୍ତୁ ପୁରା ଖବର |

ନମସ୍କାର ଦର୍ଶକ ବନ୍ଧୁ 16ରୁ ଆନ୍ଦଳନକୁ ଓଲ୍ହାଇବା ପ୍ରାଥମିକ ଶିକ୍ଷକ ଫେଡେରେସନ | ଆସନ୍ତା 16 ତାରିଖରୁ ତାଲାପଡ଼ିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ | ତେବେ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଜାରିହେଲା କିଛି ବଡ ଅପଡେଟ |

ତେବେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦ୍ଧିଷ୍ଟ କଳପାଇଁ ସମୟ ଛୁଟିରେ ଯିବାପାଇଁ ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି | ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ଖାରବେଳ ନଗର ଭୁବେନେଶ୍ଵରର ଆଜି ରାଜ୍ୟର ସମସ୍ତ ବ୍ଲକରେ ୩ଦଫା ଦାବିନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦଳନକୁ ଓଲ୍ହାଇଛନ୍ତି |

ଏହି କ୍ରମରେ ନୟାଗଡ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମସ୍ତ ଶିକ୍ଷା କାର୍ଯ୍ୟାଳୟଠାରେ 500ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଏକତ୍ରିତ ହୋଇ ରାଲିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ |

ତେବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିପିନ ବିହାରୀ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଶିକ୍ଷକମାନେ 6ବର୍ଷର ଠିକା ନିଯୁକ୍ତିକୁ ଉଛେଦ କରିବା ସହ Xଗାର୍ଡ଼ର କ୍ରୀଡା ଏବଂ କଳା ଶିକ୍ଷକମାନଙ୍କୁ ନିୟମିତ କରିବା କେନ୍ଦୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନ୍ସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନ୍ସନ ପ୍ରଚଳନ ଆଦି ଦାବି କରିଥିଲେ |

ପରେ ରାଜ୍ୟସରକାରଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ବ୍ଲକ ଶିକ୍ଷା ଅଧିକାରୀ ନିମାଇଁଚରଣ ପ୍ରଧାନ ଗ୍ରହଣ କରିଥିଲେ | ତେବେ ସୂଚନା ଯୋଗ୍ୟଯେ ଆସନ୍ତା 11ତାରିଖରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରାଯିବ | ଏହି ସମୟ ମଧ୍ୟରେ ରାଜ୍ୟସରକାର କୌଣସି ପଦକ୍ଷପ ଗ୍ରହଣ ନକଲେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଆସନ୍ତା 16 ତାରିଖରୁ ସମୟ ଛୁଟିରେ ଯିବା ସହିତ ରାଜ୍ୟସ୍ତରରେ ହେବାକୁ ଥିବା ଆନ୍ଦଳନରେ ସାମିଲ ହେବାପାଇଁ ସରକାରଙ୍କୁ ଦୃଢ଼ ଚେତାବନି ଦେଇଛନ୍ତି |

Leave a Reply

Your email address will not be published. Required fields are marked *