ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଅପରାଜିତା ଫୁଲ ବିଷୟରେ କହିବୁ ଅପାର ଶବ୍ଦ ଠାରୁ ଅପରାଜିତା ଆସିଅଛି ଯିଏ କି କେବେ ହାରିବା ଜାଣେ ନାହିଁ ତ ଯାହାର କେବେ ପରାଜୟ ହୋଇନଥାଏ ଏହାର ଅନ୍ୟ ଏକ ନାମ ହେଉଛି ନୀଳ କଣ୍ଠ ଯାହାକି ଭଗବାନ ଶିବଙ୍କର ଗୋଟିଏ ନାମ ଅଟେ |ଅପରାଜିତା ମାତା ଦୁର୍ଗାଙ୍କର ଗୋଟିଏ ନାମ ଅଟେ ଏଥିପାଇଁ ଏହି ଅପରାଜିତା ଫୁଲଟି ଭଗବାନ ଶିବ ଓ ଶକ୍ତିଙ୍କର ସ୍ୱରୂପ ବୋଲି ମନାଯାଇଥାଏ ଏଥିପାଇଁ ଏହି ଫୁଲଟି ଅତ୍ୟନ୍ତ ଗୁଣ ଦାରି ଏବଂ ଚମତ୍କାରୀ ହୋଇଥାଏ |ଏହି ଅପରାଜିତା ଫୁଲ ଆମ ଦେଶ ଭାରତର ପ୍ରାୟ ଜାଗାରେ ଦେଖିବାକୁ ମିଳିଥାଏ କାଶ୍ମିରୀ ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ ଏହି ସୁନ୍ଦର ଫୁଲଟିକୁ ଏବଂ ସବୁ ଋତୁରେ ମଧ୍ୟ ଦେଖିବାକୁ ମିଳିଥାଏ |
ଏହି ଅପରାଜିତା ଫୁଲର ପ୍ରୟୋଗ କରିବା ଦ୍ୱାରା ମନୁଷ୍ୟ ମାନଙ୍କ ଦୁଃଖ ଦୁର୍ଦଶା ଦୂର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟର ଅଧିକାରୀ ମଧ୍ୟ ହୋଇ ଥାଆନ୍ତି |ତେବେ ଏହି ଅପରାଜିତା ଫୁଲର ପ୍ରୟୋଗ ଆପଣ କିପରି କରିବେ ତାହାର ଲାଭ କଣ ମିଳିବ ତେବେ ଆସନ୍ତୁ ଜାଣିବା |ଦେଖନ୍ତୁ ଆପଣ ଯଦି ଧନ ଜନିତ ସମସ୍ୟା ଦେଇ ସବୁବେଳେ ଗତି କରୁଛନ୍ତି ତେବେ ଆପଣ ଏହି ଉପାୟ କରନ୍ତୁ ଆପଣଙ୍କ ସବୁ ଦୁଃଖ ଦୁର୍ଦଶା ଦୂର ହୋଇଯିବ କିନ୍ତୁ ଆପଣ ମନେ ରଖନ୍ତୁ ଯେ ଆପଣ ଏହି ଉପାୟ କଲାବେଳେ ସବୁବେଳେ ଗୁପ୍ତ ଭାବରେ କରିବା ଦରକାର ଯେମିତି କେହି ନ ଜାଣିବା ଉଚିତ |
ଏହି ଫୁଲ ଶିବ ପାର୍ବତୀ ଗଣେଶ ଏବଂ କାର୍ତିକଙ୍କର ନୁହଁ ଏହା ହନୁମାନ ଏବଂ ଶନିଦେବଙ୍କ ସହ ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟ ପ୍ରିୟ ହୋଇଥାଏ ଏଥିପାଇଁ ଆପଣ ଗୃହର ସୁଖ ସମୃଦ୍ଧି ପାଇଁ ଆପଣ ଏହି ଉପାୟ ଆପଣ ନିଶ୍ଚିତ କରନ୍ତୁ |ତେବେ ଆସନ୍ତୁ କଣ ସେହି ଉପାୟ କରିବା ଦ୍ୱାରା ଧନ ଜନିତ ସମସ୍ୟା ଦୂର ହେବା ସହିତ ଗୃହକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ |ଯଦି ଘର ଉପରେ କୌଣସି କଳା ବିଦ୍ୟା ବା ତନ୍ତ୍ର ମନ୍ତ୍ର କରିବାର ଉପାୟ ଦେଖା ଦେଉଛି ଆପଣ ରାତ୍ରି ସମୟରେ ଅପରାଜିତା ଫୁଲର ମାଳାଟିଏ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ ଏହା ଦ୍ୱାରା ଭୁତ ପ୍ରେତ ଏବଂ ନକାରାତ୍ମକ ଶକ୍ତିର ବାଧା ସବୁ ଦୂର ହୋଇଥାଏ
ଏବଂ ଗୃହରେ ସକାରାତ୍ମକ ଉର୍ଜାର ପବେଶ ହୋଇଥାଏ
ତାହା ସହିତ ଏହି ମାଳାଟିର ପ୍ରଭାବ ଆହୁରି ବଢାଇବା ପାଇଁ ଆପଣ ହନୁମାନ ଜିଙ୍କୁ ସମର୍ପଣ କର ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦେବା ଦ୍ୱାରା ତନ୍ତ୍ର ମନ୍ତ୍ରର ପ୍ରଭାବ ଦୂର କରିଥାଏ ଏବଂ ସମସ୍ତ ପ୍ରକାର ଧନ ଜନିତ ସମସ୍ୟା ଦୂର ହୋଇଯାଇଥାଏ |ଆପଣ ଯଦି କରାଜାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଅପରାଜିତା ଫୁଲ 5 ଟି କିଣି କୌଣସି ଏକ ନଦୀ ବା ବହି ଯାଉଥିବା ଭସାଇ ଦିଅନ୍ତୁ |
ଧ୍ୟାନ ଦିଅନ୍ତୁ ଯେ ଏହି କାର୍ଯ୍ୟ କରିବା ଦ୍ୱାରା କାହାକୁ ଆପଣ ଜଣାଇବେ ନାହିଁ କେହି ଯେପରି ଦେଖିବେ ନାହିଁ ଏବଂ କାହା ସହିତ କଥା ହେବେ ନାହିଁ |ଏହି ସମୟରେ ଏହି କାର୍ଯ୍ୟଟିକୁ ଆପଣ ଗୁପ୍ତ ରୂପରେ ଦେଖନ୍ତୁ ଏହି ନିୟମ ହେଉଛି ଆପଣ 5 ଟି ଅପରାଜିତା ଫୁଲ ଶନିବାର ଦିନ ବା ସୋମବାର ଦିନ ଆପଣ ନଦୀରେ ଭସାଇ ଦିଅନ୍ତୁ ଏବଂ ନିଜର ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ସମସ୍ତ ଧନ ଜନିତ ସମସ୍ୟା ଦୂର କରିବା ପାଇଁ |