ଯେତେବେଳେ କାଉଡ଼ିଆ ଭକ୍ତଙ୍କୁରକ୍ଷା କଲେ ସ୍ୱୟଂ Mahadeva, ଦେଖିକି ସମସ୍ତେ ଯୋଡ଼ିଦେଲେ ହାତ…

ନମସ୍କାର ବନ୍ଧୁଗଣ ଏହି ବର୍ଷର କଥା ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥାଏ ମହାନଦୀର ପାଣି ଦୁଇକୂଳକୁ ଉଛୁଳି ଥାଏ କାଉଡିଆ ମାନଙ୍କ ଭିଡ଼ରେ ଗଡ଼ ଗଡି଼ଆ ନଦୀ ଘାଟ ଚଳ ଚଞ୍ଚଳ ହେବା ସହ ସମସ୍ତଙ୍କ ମୁହଁରେ ବୋଲବମ ହରହର ବମ | ରାସ୍ତା ସାରା କାଉଡିଆ ମାନଙ୍କ ଭିଡ଼ ଛୁଟି ଥାଏ ଗଡ଼ ଗଡ଼ିଆ ନଦୀ ପିଠାକୁ | କଟକ ଜିଲ୍ଲା ବୈୟାଳିସ ମୌଜାର ଆନନ୍ଦ ସାହୁ ଏବଂ ସୁରେଶ ସାହୁ ଦୁଇ ଭଲ ସାଙ୍ଗ ଥିଲେ ଗାଁର କାଉଡିଆ ଭାଇ ମାନଙ୍କ ସହିତ ସେ ଦୁଇ ଭାଇ ଭାର ନେଇ ଆସି ଥାଆନ୍ତି ଗଡ଼ଗାଡ଼ିଆ ଘଟକୁ ସମସ୍ତେ ପାଣିଢାଳ ଭର୍ତ୍ତି କରି ଢାଳକୁ ଓଳାଇ ବୁଡ଼ ପକାଉ ଥାଆନ୍ତି ନଦୀ କୂଳ ଓଁ ନମଃ ଶିବାୟ ବୋଲ ବମ ହରେ ହରେ ବମ ଶବ୍ଦରେ ପ୍ରକମ୍ପିତ ହୋଇଥାଏ |

କାଉଡିଆ ଭାଇମାନେ ନଦୀ ଭିତରକୁ ନଯାଇ କୂଳରେ ବୁଡ଼ ପକାଉ ଥାଆନ୍ତି ନଦୀର ପ୍ରବଳ ପାଣି ଯୋଗୁଁ ଏକୁଳ ସେ କୂଳ ଦେଖା ଯାଉନଥାଏ ହଟାତ ଆକାଶରେ କଳା ମେଘ ଘୋଟି ଆସିଲା ଝିପି ଝିପି ବର୍ଷା ଆରମ୍ଭ ହୋଇଗଲା ଆକାଶରେ ବିଜୁଳି ଘଡ଼ଘଡ଼ି ମଧ୍ୟ ଆରମ୍ଭ ହୋଇଗଲା ଚାରିଆଡ଼େ ଅନ୍ଧାର ଘୋଟି ଆସିଥିଲା | ଆନନ୍ଦ ଯେତେବେଳ ପାଣି ଭିତରକୁ ପଶିଲା ବୁଡ଼ ପକାଇବା ପାଇଁ ନଦୀ ଭିତରକୁ ପଳାଇଲା ସୁରେଶ ମନା କରୁଥାଏ ଆରେ ଆନନ୍ଦ ନଦୀର ଭିତରକୁ ଯାଆନି ନଦୀ ବହୁତ ଗଭୀର ବଢି ପାଣି ସୁଅରେ ଭାସି ଯିବୁ ବର୍ଷା ଆସିଲାଣି ତୁ ଯାଆନି |

କାଉଡିଆ ସାଙ୍ଗ ମାନେ ଏବଂ ଅନ୍ୟମାନେ ଭିତରକୁ ନ ଯିବା ପାଇଁ ବାରଣ କଲେ ହେଲେ ଆନନ୍ଦ କାହା କଥା ନଶୁଣି ଭିତରକୁ ଚାଲି ଯାଇଥିଲା | ହଟାତ ଆନନ୍ଦ ନଦୀ ପାଣିରେ ବୁଡ଼ ପକାଇ ଆଉ ପାଣିରୁ ବାହାରି ନଥିଲା ଏପଟେ ବର୍ଷା ଜୋରରେ ହେବାକୁ ଲାଗିଥିଲା କାଉଡିଆ ମାନେ ଆନଦକୁ ଯେତେ ଡାକିଥିଲେ ମଧ୍ୟ ସେ ଆଉ ପାଣିରୁ ବାହାରି ନଥିଲା ସମସ୍ତେ ଓଁ ନମଃ ଶିବାୟ କହି ଆନନ୍ଦକୁ ପାଣିରେ ବଞ୍ଚାଇବା ପାଇଁ ଭୋଳାନାଥକୁ ଡାକିଥିଲେ | ହଟାତ ଜୋରରେ ଘଡ଼ଘଡ଼ି ସହ ବିଜୁଳି ମଧ୍ୟ ମାରିଥିଲା |

ସେତିକି ବେଳେ ଜଳରେ ଏକ ଅଲୌକିକ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ | ବିଜୁଳି ଆଲୋକରେ ସମସ୍ତ ଭକ୍ତ ନଦୀ ଜଳରେ ଦେଖିଥିଲେ ସ୍ୱୟଂ ମହାଦେବଙ୍କୁ |ମହାଦେବ ସ୍ୱୟଂ ଆବିର୍ଭାବ ହୋଇଥିଲା ନଦୀ ଜଳରେ ସ୍ୱୟଂ ଦର୍ଶନ ଦେଇଥିଲେ ଓଁ ନମଃ ଶିବାୟ ଧ୍ୱନିରେ ଚାରିଆଡ଼ ପ୍ରକମ୍ପିତ ହୋଇ ଯାଇଥିଲା କିଛି କ୍ଷଣ ପରେ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ ଦେବ ଦେବ ମହାଦେବ ଆଉ ନଦୀ ଜଳରୁ ବାହାରି ଆସିଥିଲା ଆନନ୍ଦ ଆଉ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ |

ସ୍ୱୟଂ ମହାଦେବ ଆନନ୍ଦକୁ ବଞ୍ଚାଇ ଦେଲେ ଆନନ୍ଦ କଲେଜରେ ପାଠ ପଢେ ଭାରି ଈଶ୍ୱର ବିଶ୍ୱାସୀ ପିଲା ସବୁବେଳେ ଶିବ ମନ୍ଦିର ଯାଏ ମହାଦେବଙ୍କୁ ଦର୍ଶନ କରେ | ବେକରେ ରୁଦ୍ରାକ୍ଷ ମାଳ ପକାଇ ଓଁ ନମଃ ଶିବାୟ ସବୁବେଳେ ଜପୁଥାଏ ତାକୁ ଦେଖି ସାଙ୍ଗ ସାଥି ସାହି ପଡିଶା ସବୁ କୁହନ୍ତି ତୁ ତ ଏକଲା ମହାଦେବଙ୍କ ଭକ୍ତ ଏମିତି କେତେ କଥା କୁହନ୍ତି | ଆନନ୍ଦ ସହିତ ଏମିତି ଘଟଣା ଘଟିବା ପରଠାରୁ ସେହିଦିନ ଠାରୁ ଆନନ୍ଦକୁ କେହି ଥଟା କରନ୍ତି ନାହିଁ |

Leave a Reply

Your email address will not be published. Required fields are marked *