ନମସ୍କାର ଦର୍ଶକବବାନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ଯୁଗରେ ଲୋକମାନେ ପରସ୍ପର ସହିତ କଥାବାର୍ତ୍ତା ହେବା ସମୟରେ ଏହି ଇମୋଜି ପଠାଇ ଥାଆନ୍ତି କିଛି ଲୋକ ଅଛନ୍ତି ଯେଉଁମାନେ ହସୁଥିବା ବା କାନ୍ଦୁଥିବା ଇମୋଜୀ ପଠାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ କୁହନ୍ତି ଯେ ସେମାନେ କିପରି ଅନୁଭବ କରୁଛନ୍ତି |
ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରେମ କିମ୍ବା ସ୍ନେହ ପ୍ରକାଶ କରିବା ପାଇଁ ହାର୍ଟ ର ଇମୋଜି ପଠାଇ ଥାଆନ୍ତି କିନ୍ତୁ ବର୍ତ୍ତମାନ ଏସବୁ କରିବା ଅପରାଧ ବର୍ଗରେ ଆସିପାରେ ଏବଂ ଏଥିପାଇଁ ଆପଣଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିପାରେ।ତେବେ ଦୁଇଟି ଦେଶ କୋଏତ ଏବଂ ସାଉଦି ଆରବରେ ଜଣେ ମହିଳାଙ୍କୁ ହାର୍ଟ ଈମୋଜି ପଠାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ ।
ଉଭୟ ଦେଶର ଅଧିକାରୀ କହିଛନ୍ତି ଯେ ଯେଉଁମାନେ ମହିଳାଙ୍କ ପାଇଁ ଈମୋଜୀ ପଠାନ୍ତି ସେହି ମାନଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ ।ରିପୋର୍ଟ ଅନୁସାରେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ରେ କିମ୍ବା ହ୍ବାଟସପ ରେ ମହିଳା କିମ୍ବା ଝିଅଙ୍କୁ ହାର୍ଟ ଇମୋଜି ପଠାଇଲେ ଅପରାଧ ବୋଲି ଧରାଯିବ ଏହାକୁ ବିଳାସ ପାଇ ଉତ୍ସାହ ଭବରେ ଦେଖା ଯାଇଛି ।
ତେବେ ଏହା ପାଇ କଣ ଦଣ୍ଡ ବ୍ୟବସ୍ଥା ରହିଛି ଆସନ୍ତି ଜାଣିବା । କୋଏତ ର ଓକିଲ ହାୟା ଅଲ୍ ସାଲାଇ କହିଛନ୍ତି ଯେ ଯେଉଁମାନେ ଏହି ନିୟମ ଭଙ୍ଗ କରନ୍ତି ଏବଂ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ତାଙ୍କ ଉପରେ ପାଞ୍ଚ ଲକ୍ଷ ଅଡ଼ ତିରିଶ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗିବ ।ସାଉଦି ଆରବରେ ଯଦି କେହି ହାର୍ଟ ଇମୋଜୀ ପଠାନ୍ତି ତାହେଲେ ତାଙ୍କୁ ବାଇଶି ଲକ୍ଷ ଟଙ୍କା ସହିତ ଜୋରିମାନା ସହିତ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।